ବିଦା ହେଲେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଟିମ୍‌ ଲିଡର

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ନିଶା ଖାଇ ହାଇଡ୍ରାମା କରିବା ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ପରିମଳ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଟିମ୍‌ ଲିଡରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ବିଏମ୍‌ସିକୁ ଲୋକ ଯୋଗାଉଥିବା ଘରୋଇ ସଂସ୍ଥା ଟାଇମ୍ସକୁ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେ କଡ଼ା ଚେତାବନୀ ଶୁଣାଇଛନ୍ତି। ଯଦି ଆଗକୁ ଏପରି କୌଣସି ଅଭିଯୋଗ ସାମ୍ନାକୁ ଆସେ, ତେବେ ଘରୋଇ ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟେଡ କରାଯିବ ବୋଲି ମେୟର କହିଛନ୍ତି। ବୁଧବାର ରାତିରେ ବିଏମ୍‌ସି ଉତ୍ତର ମଣ୍ଡଳରେ ପରିମଳ ଏନ୍‌ଫୋର୍ସମେଣ୍ଟ ସିକ୍ୟୁରିଟି ଭାବେ କାମ କରୁଥିବା ପ୍ରମୋଦ କୁମାର ରାଉତ ଏକ ହୋଟେଲକୁ ଯାଇ ତୁମୁଳ କାଣ୍ଡ କରିଥିଲେ। ଏନେଇ ଖବର ପ୍ରକାଶିତ ହେବାପରେ ଶୁକ୍ରବାର ମେୟର ସମ୍ପୃକ୍ତ ସଂସ୍ଥା ଏବଂ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ‘ପ୍ରାଇଡ’ର ଟିମ ଲିଡରଙ୍କୁ ଡାକି ସମୀକ୍ଷା କରିଥିଲେ। ଏନେଇ ଟାଇମ୍ସର ମ୍ୟାନେଜର କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ବୁଧବାର ରାତିରେ ହୋଟେଲକୁ ଖାଇବାକୁ ଯାଇଥିଲେ। ସେ ବିଏମସି ପକ୍ଷରୁ ଫାଇନ କାଟୁଥିବାରୁ ସେଠାରେ ତାଙ୍କୁ କିଛି ବ୍ୟବସାୟୀ ତଥା ହୋଟେଲ କର୍ମଚାରୀ ଆକ୍ରମଣ କରିବା ସହ ପ୍ରବଳ ମାଡ଼ ମାରିଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ବଟି ମାଗୁଥିବା ଅଭିଯୋଗ ନେଇ ସଂସ୍ଥା ଅଧିକାରୀ ଚୁପ୍‌ ରହିଥିଲେ। ସମୀକ୍ଷା ବୈଠକରେ ମେୟର କାର୍ଯ୍ୟରତ ସମସ୍ତ ଟିମ୍‌ ଲିଡରଙ୍କୁ ଜନସାଧାରଣ ଓ ଦୋକାନୀଙ୍କୁ ସଚେତନ କରାଇବାକୁ ଅଧିକ ଫୋକସ ଦେବାକୁ ବୁଝାଇଥିଲେ। ଫାଇନ କେବଳ ସାନିଟାରୀ ଇନ୍ସପେକ୍ଟର ହିଁ ଆଦାୟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ମାସରେ ପରିମଳ ଏନଫୋର୍ସମେଣ୍ଟ ଟିମକୁ ରୋଟେସନ କରାଯିବ। ଫଳରେ ପରିମଳ ଯାଞ୍ଚରେ ସ୍ବଚ୍ଛତା ରହିବ ବୋଲି ବିଏମ୍‌ସି ଅତରିକ୍ତ କମିଶନର ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ବିଏମସି ପରିମଳ ବିଭାଗ ଖରାପ ପ୍ରଦର୍ଶନ କରୁଥିବା କିଛି ସଦସ୍ୟଙ୍କୁ ଛଟେଇ କରିଥିଲା। ତାଙ୍କ ବଦଳରେ ଘରୋଇ ସଂସ୍ଥା ‘ଟାଇମ୍ସ’ କିଛି ନୂଆ ଅବସରପ୍ରାପ୍ତ ଆର୍ମି ଅଫିସରଙ୍କୁ ଯୋଗାଇଥିଲା। ବିଏମସିର ଉତ୍ତର ଜୋନ ପରିମଳ ଯାଞ୍ଚ ଟିମରେ ପ୍ରମୋଦଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ କାମ କରିବାର ୪୮ ଘଣ୍ଟା ନ ପୁରୁଣୁ ବାବୁଙ୍କ ହାଇଡ୍ରାମା ନଜରକୁ ଆସିଛି। ଡ୍ୟୁଟି ସରିବା ପରେ ନିଶା ଖାଇ ସେ ଏକ ହୋଟେଲକୁ ଯାଇ ପରିମଳ ଯାଞ୍ଚ ନାଁରେ ବଟି ମାଗୁଥିବା ଅଭିଯୋଗ ହେବାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ବିଏମ୍‌ସି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା: ସରକାର ଆଣିବେ ଏକ ନୂଆ ଯୋଜନା, ଏଥିରେ ରହିଛି…

ଭୁବନେଶ୍ୱର,୨୮ା୧୦: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ପ୍ରତି ରାତିରେ ଭିଣୋଇ ସାଜୁଥିଲେ ସଇତାନ: ଶାଳୀଙ୍କୁ ନିଶା ଦେଇ କରୁଥିଲେ ବଳାତ୍କାର ପରେ…

ଭୁବନେଶ୍ୱର,୨୮।୧୦: ପ୍ରତି ରାତିରେ ଭିଣୋଇ ସାଜୁଥିଲା ନର ରାକ୍ଷାସ। ରାତିରେ ଜାଗ୍ରତ ହେଉଥିଲା ତାଙ୍କର ସଇତାନ ପ୍ରକୃତି। ଶାଳୀଙ୍କ ବିସ୍ବାସରେ ଦେଇ ଚାଲିଥିଲା ବିଷ ପରେ...

ଦୁର୍ନୀତିଗ୍ରସ୍ଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ; ”କେତେବେଳେ ବି ବାନ୍ଧିପାରନ୍ତି ସରକାର”

ଭୁବନେଶ୍ୱର,୨୮ା୧୦: ସୋମବାର ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତିଗ୍ରସ୍ତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଶୁନ୍ୟ ସହନଶୀଳତା ନୀତି...

ପୁଣି ମାଡି ଆସୁଛି କି ବିପଦ, ଏଥରବି  କ’ଣ ସତ ହେବ ପଞ୍ଜିକା ଭବିଷ୍ୟବାଣୀ? ପ୍ରଳୟର ରୂପନେବ….

ପୁଣି ମାଡି ଆସୁଛି କି ବିପଦ? ସତ ହେବକି  ପଞ୍ଜିକା ଭବିଷ୍ୟବାଣୀ। ବାତ୍ୟା ପରେ ପୁଣି ନଭେମ୍ବରରେ ହେବକି ଭୂମିକମ୍ପ। ଥରିବକି ପୃଥ୍ବୀବୀ। ତେବେ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri