ଭୁବନେଶ୍ୱର,୨।୪: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ପ୍ରମୁଖ ହସ୍ପିଟାଲ ‘ବାଲ୍କୋ ମେଡିକାଲ ସେଣ୍ଟର’ବା ବିଏମ୍ସି ନ୍ୟୁ ରାୟପୁର ଛତିଶଗଡ଼ର ୬ଷ୍ଠ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍ସିର ସମ୍ପ୍ରସାରଣ ୟୁନିଟ୍ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ଅଧ୍ୟକ୍ଷା ଜ୍ୟୋତି ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଭୟ ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ସଦସ୍ୟ ଏବଂ ବିଏମ୍ସିର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ,୧୭୦ ଶଯ୍ୟା ବିଶିଷ୍ଟ ବିଏମ୍ସିର ଅନ୍କୋଲୋଜି ବିଭାଗରେ ନୂତନ ସୁବିଧା କେନ୍ଦ୍ର ସାଙ୍ଗକୁ ବୋନ୍ ମ୍ୟାରୋ ପ୍ରତିରୋପଣ ବିଭାଗର ଶଯ୍ୟା ସଂଖ୍ୟା ୨ରୁ ୫କୁ ବୃଦ୍ଧି କରାଯାଇଛି।