ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଗୃହ ସଙ୍ଗରୋଧ ପାଇଁ ନୂଆ ଗାଇଡ୍ଲାଇନ ଜାରି କରିଛି । ଅଳ୍ପ ଲକ୍ଷଣ ଥିଲେ ଭୟଭୀତ ନ ହୋଇ ଘରେ ରହିବା ପାଇଁ ବିଏମ୍ସି ପରାମର୍ଶ ଦେଇଛି । ସେହିପରି ଗୁରୁତର ବା ଅନ୍ୟ ଜଟିଳ ରୋଗୀମାନେ ଆବଶ୍ୟକ ସ୍ଥଳରେ ମେଡିକାଲରେ ରହି ପାରିବେ। ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ପୃଥକ ଶୌଚାଳୟ ବ୍ୟବହାର କରିବା ପାଇଁ ବିଏମ୍ସି ପକ୍ଷରୁ କୁହାଯାଇଛି। ଅକ୍ସିଜେନରେ ସମସ୍ୟା ଦେଖା ଗଲେ ତୁରନ୍ତ ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ୧୯୨୯କୁ ଫୋନ କରିବାକୁ ବିଏମ୍ସି ପରାମର୍ଶ ଦେଇଛି ।