ଦୋଳ କଟକଣା ଆହୁରି କଡ଼ା କଲା ବିଏମ୍‌ସି: ଜାଣନ୍ତୁ କ’ଣ କରାଗଲା…

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଓଡ଼ିଶାରେ କରୋନା ଗ୍ରାଫ୍‌ ଧୀରେ ଧୀରେ ଉପରମୁହାଁ ହେବାରେ ଲାଗିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଦୋଳ ଓ ହୋଲି ପାଇଁ ପୂର୍ବରୁ କରାଯାଇଥିବା କଟକଣାକୁ ଆହୁରି କଡ଼ାକ କରାଯାଇଛି । ତେବେ କ’ଣ କଟକଣା କରାଯାଇଛି ଜାଣିବା:

୧- ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି
୨- ଦୋଳ ବିମାନ ନେଲାବେଳେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ମନା
୩- ବିମାନ କାନ୍ଧେଇଥିବା ଲୋକ ଠିକଭାବେ ମାସ୍କ ପିନ୍ଧିବା ଜରୁରୀ
୪- ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବେ
୫- ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ୬୦ ଲୋକ ରହିପାରିବେ
୬- ସର୍ବାଧିକ ଯେମିତି ୬୦ ରହିବେ, ଆୟୋଜକ ତାହା ନିଶ୍ଚିତ କରିବେ
୭- ମେଳଣରେ ଯାତ୍ରା, ମେଲୋଡ଼ି ଓ ମୀନାବଜାର ସମ୍ପୂର୍ଣ୍ଣ ବାରଣ କରାଯାଇଛି।

Share