ବିଏମ୍‌ସିର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବିଏମ୍‌ସି ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ହୋଲ୍ଡିଂ ଟିକସ ନେଇ ହାଇକୋର୍ଟରେ ମାମଲା ଚାଲିଛି। ମାମଲା ନ ସରିବା ଯାଏ ବର୍ଦ୍ଧିତ ଟିକସ ଆଦାୟ ହୋଇପାରିବନି। ପୁରୁଣା ଦରରେ ହୋଲ୍ଡିଂ ଆଦାୟ ହେବ। ହାଇକୋର୍ଟଙ୍କ ରାୟ ନ ଆସିବା ଯାଏ ପୁରୁଣା ଦରରେ ଟିକସ ଆଦାୟ ହେବ।

Share