Categories: ଜାତୀୟ

ମିଳିଲାନି ସାହାଯ୍ୟ, ମା’ଙ୍କ ମୃତଦେହକୁ ବ୍ୟାଗ୍‌ରେ ବାନ୍ଧି ନେଲେ ପୁଅ

ମୁମ୍ବାଇ,୫।୭: ମୁମ୍ବାଇର ଏକ ଡାକ୍ତରଖାନାରେ କର୍ମଚାରୀଙ୍କ ଉଦାସୀନତା ହେତୁ ଜଣେ ଯୁବକ ନିଜ ମା’ଙ୍କ ମୃତଦେହକୁ ଏକ ବ୍ୟାଗରେ ପୂରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। କରୋନା ଯୋଗୁ ମା’ଙ୍କ ମୃତ୍ୟୁ ହେବାରୁ କୌଣସି କର୍ମଚାରୀ ମୃତଦେହ ନେବାକୁ ରାଜି ନ ଥିଲେ ବାଧ୍ୟ ହୋଇ ଯୁବକ ଜଣଙ୍କୁ ବ୍ୟାଗ୍‌ରେ ନେବାକୁ ପଡିଥିଲା। ଉକ୍ତ ଯୁବକଙ୍କ ପିତା ମଧ୍ୟ କରୋନାରେ ପୀଡିତ ଅଛନ୍ତି। କୁନାଲ ନାମକ ଏହି ଯୁବକ କହିଛନ୍ତି ଯେ ମା’ଙ୍କ ମୃତ୍ୟୁ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରୁ କଲ ଆସିଥିଲା। ସେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରଖାନା କର୍ମଚାରୀ ତାଙ୍କୁ କହିଥିଲେ ଯେ,ତାଙ୍କୁ ତାଙ୍କ ମା’ଙ୍କ ମୃତଦେହକୁ ତଳ ମହଲାକୁ ନେବାକୁ ପଡ଼ିବ। କୁନାଲ ଏଥିପାଇଁ ଡାକ୍ତରଖାନା ପ୍ରଶାସନର ସହାୟତା ଲୋଡିଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ନ ଥିଲେ। ଡାକ୍ତରଖାନା କର୍ମଚାରୀମାନେ ବିଛଣାରୁ ଷ୍ଟ୍ରେଚରକୁ ମଧ୍ୟ ମୃତଦେହ ନେବାକୁ ପ୍ରସ୍ତୁତ ନ ଥିଲେ। ଶେଷରେ କୁନାଲ ତାଙ୍କର ଜଣେ ସମ୍ପର୍କୀୟଙ୍କ ସାହାଯ୍ୟରେ ତାଙ୍କ ମା’ଙ୍କ ମୃତଦେହକୁ ଏକ ବ୍ୟାଗରେ ପୂରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।

Share