ଖାଲି ସ୍ଥାନରେ ଅଳିଆ ଢାଳୁଛି ବିଏମ୍‌ସି

ଭୁବନେଶ୍ୱର,୧୮।୧୨(ବନ୍ଦନା ସେଠୀ): ଘର ଆଗରେ ଅଳିଆ ପଡ଼ିବନି, ବିଏମ୍‌ସି ଗାଡ଼ି ଆସି ଘରୁ ଅଳିଆ ସଂଗ୍ରହ କରିବ। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଆଖପାଖ ୫ମିଟର ପରିମିତ ଅଞ୍ଚଳକୁ ସଫା ରଖିବା ସହ ୨ଟି ଲେଖାଏ ଡଷ୍ଟବିନ୍‌ ରଖିବେ। କେହି ଯଦି ବାହାରେ ଅଳିଆ ପକାଇବା ଦେଖାଯାଏ ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିବ ବୋଲି ବିଏମ୍‌ସି ପକ୍ଷରୁ ତାଗିଦ୍‌ କରାଯାଉଛି। କେବଳ ତାଗିଦ୍‌ ନୁହେଁ, ଅନେକ ଲୋକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ମାତ୍ର ଖୋଦ୍‌ ବିଏମ୍‌ସିର କର୍ମଚାରୀ ବିଭିନ୍ନ ଅଞ୍ଚଳରୁ ଅଳିଆ ସଂଗ୍ରହ କରିବା ପରେ କେଉଁଠାରେ ନେଇ ପକାଉଛନ୍ତି ତାହାର ଖବର ହୁଏତ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ଅଥବା ସବୁ ଜାଣିଶୁଣି ଚୁପ୍‌ ବସିଛନ୍ତି। ଲୋକଙ୍କଠାରୁ ଅଳିଆ ଆଣିବା ପରେ ବିଏମ୍‌ସି ସହରରୁ ଆବର୍ଜନା ସଫା କରିଦେଉଛି ବୋଲି କହି ବୁଲୁଥିବାବେଳେ ଏବେ ବିଭିନ୍ନ ଓ୍ବାର୍ଡରେ ଖୋଲା ଡମ୍ଫିଂୟାର୍ଡ ସୃଷ୍ଟି ହୋଇସାରିଲାଣି। ଯେଉଁଠି ଟିକିଏ ଫାଙ୍କା ଜାଗା ମିଳୁଛି ସେଠାରେ ଅଳିଆ ଗଦା କରାଯାଉଛି। ଆଖପାଖରେ ଲୋକ ରହୁଛନ୍ତି କି ନାହିଁ, କୁଢକୁଢ ଆବର୍ଜନା ଗଦା କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡୁଛି କିଛି ବି ଦେଖାଯାଉନି। ସେହିପରି ଖୋଲା ସ୍ଥାନରେ ଆବର୍ଜନା ପଡିବାରୁ ବୁଲା କୁକୁର, ଗାଈ ଖାଦ୍ୟ ଅନ୍ବେଷଣରେ ଆସି ତାହାକୁ ଖିନ୍‌ଭିନ୍‌ କରିବା ଫଳରେ ରାସ୍ତା ଉପରେ ଆବର୍ଜନା ପଡିରହୁଛି। ଏପରିକି ପଲିଥିନ୍‌ରେ ବନ୍ଧା ହୋଇ ରହିଥିବା ଖାଦ୍ୟକୁ ଖାଇବା ଆଶାରେ ଆସି ଅନେକ ସମୟରେ ଗୋରୁ ପଲିଥିନ୍‌ ଖାଇଦେଉଛନ୍ତି। ଫଳରେ ସେମାନଙ୍କ ଜୀବନ ବିପଦରେ ପଡୁଛି। ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି।
ସ୍ବରୂପ, ଓ୍ବାର୍ଡ ନଂ. ୫୮ ଅନ୍ତର୍ଗତ ଚିଲିପୋଖରୀରୁ ଗ୍ୟାରେଜ ଛକ ଯିବା ରାସ୍ତା କଡ଼ରେ ଏକ ବିରାଟ ଜାଗାରେ ପ୍ରତିଦିନ ଆବର୍ଜନା ଗଦା କରାଯାଉଛି। ଟଙ୍କପାଣି ରୋଡ୍‌ରୁ ଗ୍ୟାରେଜ ଛକ ଯିବା ପାଇଁ ଏହା ଶର୍ଟକଟ୍‌ ତଥା ଫାଙ୍କା ରାସ୍ତା ହୋଇଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ତେବେ ରାସ୍ତାକଡ଼ରେ ଆବର୍ଜନା ଗଦାହୋଇ ରହୁଥିବାରୁ ଆଖପାଖ ଅଞ୍ଚଳର ଲୋକେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି। ଆବର୍ଜନାର ପାହାଡ଼ ସୃଷ୍ଟି ହେବା ପରେ ବିଏମ୍‌ସି ପକ୍ଷରୁ ସେଠାରୁ ଅଳିଆ ଟିଟିଏସ୍‌କୁ ସ୍ଥାନାନ୍ତର କରାଯାଉଛି ଏବଂ ପୁଣି ସେଠାରେ ପ୍ରତିଦିନ ଅଳିଆ ପଡୁଛି। ଏହାର ସୁଯୋଗ ନେଇ ଆଖପାଖ ଏବଂ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ମଧ୍ୟ ପଲିଥିନ୍‌ରେ ଅଳିଆ ଆଣି ସେଠାରେ ଫିଙ୍ଗିଦେଇ ଯାଉଛନ୍ତି। ପାହାଡ଼ ପରି ଗଦା ହୋଇଥିବା ଆବର୍ଜନାରେ ଗତ କିଛିଦିନ ତଳେ ନିଆଁ ଲାଗି ଯାଇଥିଲା। ଯାହାକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଲାଗି କାଠିକର ପାଠ ହୋଇଥିଲା। ତେବେ କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ୱାର୍ଡ ନଂ. ୨ ଅନ୍ତର୍ଗତ ନନ୍ଦନ ବିହାର ଭିତରେ ଥିବା ଫାଙ୍କା ସ୍ଥାନରେ ଆଉ ଏକ ଡମ୍ଫିଂୟାର୍ଡ ସୃଷ୍ଟି ହୋଇଛି। ପ୍ରତିଦିନ ଏହି ୱାର୍ଡ ଏବଂ ଅନ୍ୟ ୱାର୍ଡରୁ ଆସୁଥିବା ନିର୍ମାଣାଧୀନ ବର୍ଜ୍ୟ ଓ ଗଛପତ୍ର ପକାଯାଉଛି। ସେହିପରି ୱାର୍ଡ ନଂ. ୬ ଅନ୍ତର୍ଗତ ଇନଫୋସିଟି ଲିଙ୍ଗରାଜ ବିସ୍କୁଟ କାରଖାନାଠାରୁ କିମ୍ସ ହସ୍ପିଟାଲ ଆଡ଼କୁ ଲମ୍ବିଥିବା ରାସ୍ତା ପାର୍ଶ୍ୱରେ ଅଳିଆ ଗଦା କରାଯାଉଛି। ଡିଏଲଏଫ ଟାଓ୍ବାର ରାସ୍ତାରେ ମଧ୍ୟ କୁଢକୁଢ ଅଳିଆ ପଡ଼ିଛି। ବିଶେଷକରି ଭୂଆଶୁଣୀ ଡମ୍ଫିଂୟାର୍ଡକୁ ଅଳିଆ ଯିବା ବନ୍ଦ ହେବା ପରେ ଆବର୍ଜନା ପରିଚାଳନା କରିବା ବିଏମ୍‌ସି ପାଇଁ କାଠିକର ପାଠ ହୋଇଛି। ସହରରୁ ପ୍ରତିଦିନ ବାହାରୁଥିବା ଆବର୍ଜନା ଏମ୍‌ସିସି, ଟିଟିଏସ୍‌ରେ ପରିଚାଳନା କରିବା କଷ୍ଟକର ହେଉଥିବାରୁ ବିଭିନ୍ନ ଅଞ୍ଚଳରେ ଏଭଳି ଡମ୍ଫିୟାର୍ଡ ସୃଷ୍ଟି ହେଉଥିବା ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ…

ଭୁବନେଶ୍ୱର,୧୯ା୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା...

ରାଜଧାନୀରେ ଚାଞ୍ଚଲ୍ୟ, ସେଲୁନ୍‌ ନାଁରେ ଚାଲିଥିଲା ସେକ୍ସ ରାକେଟ୍‌

ଭୁବନେଶ୍ୱର,୧୯।୧୦: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାରନାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିଲା ସେକ୍ସ ରାକେଟର...

ଆସିଲା ଆଲର୍ଟ, ସୃଷ୍ଟି ହେଲା ବଡ଼ ଘୂର୍ଣ୍ଣିବଳୟ, ଏହି ଜିଲାରେ…

ଭୁବନେଶ୍ୱର,୧୯।୧୦: ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ...

ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ ଦେଲେ ଖୋଲା ବୟାନ, କାର୍ତ୍ତିକ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ଭିତରେ…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ ଥିବା ବଜେଡିର ବରିଷ୍ଠ...

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ: ମନ୍ତ୍ରୀ

ଭୁବନେଶ୍ୱର,୧୯।୧୦: ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ । ନୂଆ ନାମ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’। ଏନେଇ ସୂଚନା ଦେଇଛନ୍ତି...

‘ଭାଜପାରେ ମିଶିଯିବ ବିଜେଡି’

ଭୁବନେଶ୍ୱର,୧୯।୧୦: ଗତ କିଛିଦିନ ଧରି ବିଜେଡିର ତୁଙ୍ଗ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି। ଏଥିନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ବିଜେଡି...

ବୋଲ ମାନୁନି ବିଜେଡି ନେତାଙ୍କ ତୁଣ୍ଡ, ଏବେ ପଦ୍ମନାଭ କହିଲେ କାହିଁକି…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍‌ ଥିବା ବିଜୁ ଜନତା...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri