Categories: ଜାତୀୟ

ପାଣି ବଦଳରେ ସାନିଟାଇଜର୍‌ ପିଇଦେଲେ କମିଶନର

ମୁମ୍ବାଇ,୩।୨: ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ଯୁଗ୍ମ କମିଶନର ରମେଶ ପାୱାର ବୁଧବାର ଦିନ ହଠାତ୍‌ ପାଣି ବଦଳରେ ସାନିଟାଇଜର ପିଇଦେଇଛନ୍ତି। ରମେଶ ପାଓ୍ବାର ବଜେଟ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଏହି ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ପାୱାର ସାନିଟାଇଜର ପିଉଥିବାର ନଜର ଆସିଛନ୍ତି। ଏହି ସମୟରେ, ଲୋକମାନେ ତାଙ୍କୁ ଅଟକାଇବାକୁ ଆସୁଛନ୍ତି, ଯଦିଓ ସେତେବେଳକୁ ସେ କିଛି ଠୋପା ସାନିଟାଇଜର ପିଇ ଦେଇଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ସେ ଏହାକୁ ଫୋପାଡି ଦେଇଥିଲେ। ତା’ପରେ ସେଠାରେ ଉପସ୍ଥିତ ଲୋକମାନେ ସେମାନଙ୍କୁ ଏକ ବୋତଲ ପାଣି ଦେଇଥିଲେ। ଏହା ପରେ ପାୱାର ପାଟି ଧୋଇବାକୁ ଯାଇଥିଲେ। ଏହି ଘଟଣା ପରେ ପାୱାର କହିଛନ୍ତି, ମୁଁ ଭାବିଲି ମୋର ବଜେଟ ଭାଷଣ ଆରମ୍ଭ କରିବା ପୂର୍ବରୁ ମୁଁ ପାଣି ପିଇବି ତେଣୁ ମୁଁ ବୋତଲ ଉଠାଇ ପିଇଲି। ସେଠାରେ ଉଭୟ ବୋତଲ ପାଣି ଏବଂ ସାନିଟାଇଜର ଥିଲା, ଯାହା ସମାନ ଦେଖାଯାଉଥିଲା। ମୁଁ ସାନିଟାଇଜର୍‌ ପିଇବାପରେ ଭୁଲ ବୁଝ ି ପାରି ଏହାକୁ ଫୋପାଡି ଦେଇଥିଲି ବୋଲି ସେ କହିଛନ୍ତି।

Share