ବସି ଖାଇବେନି, ଖାଲି ପାର୍ସଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ଢ଼ାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ତଦନୁଯାୟୀ, ହେଟେଲରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲି ପାରିବ। ହେଲେ ହୋଟେଲ ଅଥବା ରେଷ୍ଟୁରାଣ୍ଟରେ ବସାଇ ଗ୍ରାହକଙ୍କୁ ଖାଦ୍ୟ ଖୁଆଇ ପାରିବେନି ମାଲିକ, କେବଳ ପାର୍ସଲ ଦେବେ। ସେହିଭଳି ରାସ୍ତାକଡ଼ରେ ଥିବା ଢ଼ାବା, ଜଳଖିଆ ଦୋକାନୀ, ଗୁପ୍‌ଚୁପ୍‌, ଚାଟ, ଚା, ଲସି, ଜୁସ୍‌ ଦୋକାନୀ ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share