ନୂଆବର୍ଷ ୨୦୨୧ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। କିନ୍ତୁ ମହାମାରୀ କରୋନାର ପ୍ରକୋପ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଏହି ପରିସ୍ଥିତିରେ ବିଏମ୍ସି ସଲମାନ୍ ଖାନ୍ଙ୍କ ୨ ଭାଇ ଅରବାଜ ଖାନ୍ ଏବଂ ସୋହେଲ ଖାନ୍ଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛି। କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ବିଏମ୍ସିରେ ଏକ ମାମଲା ରୁଜୁ ହୋଇଛି। ସେମାନେ ବିଏମ୍ସିକୁ ମିଥ୍ୟା ତଥ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ଏକ ରିପୋର୍ଟ ଅନୁଯାୟୀ, ଅରବାଜ ଏବଂ ସୋହେଲ ତାଜ ହୋଟେଲରେ କ୍ୱାରାଣ୍ଟାଇନରେ ରହିବେ ବୋଲି ବିଏମ୍ସିକୁ ଏକ ଆପିଡେବିଟ ଦେଇଥିଲେ। କିନ୍ତୁ ସେମାନେ କ୍ୱାରାଣ୍ଟାଇନରେ ରହିବା ପରିବର୍ତ୍ତେ ବାନ୍ଦ୍ରାସ୍ଥିତ ନିଜ ଘରକୁ ଚାଲିଯାଇଥିଲେ।
ମୁମ୍ବାଇର ଅଧିକାଂଶ ସ୍ଥାନରେ ଲକ୍ଡାଉନ୍ରୁ ଲୋକଙ୍କୁ ତ୍ରାହି ମିଳିଥିଲେ ମଧ୍ୟ କରୋନା ଗାଇଡ୍ଲାଇନ୍କୁ ପାଳନ କରାଯାଇଛି। ଲକ୍ଡାଉନ୍ ଶେଷ ହେବା ପରେ ଅଧିକାଂଶ କଳାକାର ଛୁଟି ମନାଇବା ପାଇଁ ପରିବାର ସହ ଭାରତ ବାହାରକୁ ଯାଇଥିଲେ। ଏହି ଅବସରରେ ଅଧିକାଂଶ କଳାକାର କରୋନା ଗାଇଡ୍ଲାଇନ୍ ପାଳନ କରୁଥିବା ବେଳେ ଆଉ କେତେକ ଏହାକୁ ଅଣଦେଖା କରିଥିଲେ। ସେହିପରି ଅରବାଜ ଏବଂ ସୋହେଲ ଭାରତ ଫେରିବା ପରେ କରୋନା ଗାଇଡ୍ଲାଇନ୍କୁ ପାଳନ କରି ନ ଥିଲେ।