Categories: ମେଟ୍ରୋ

ଜଳିଗଲା ବିଏମ୍‌ସି ସଫେଇ ଗାଡ଼ି

ଭୁବନେଶ୍ୱର,୭।୯ (ସତ୍ୟଜିତ୍‌ ରାଉତ)ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାସ୍ତା ସଫେଇ ଗାଡ଼ି ରବିବାର ରାତି ପ୍ରାୟ ୧୧ଟା ୧୫ ବେଳେ ନିଆଁ ଲାଗି ଜଳିଯାଇଛି। ନୟାପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷା ଆଶ୍ରମ ସାମ୍ନା ରାସ୍ତାରେ ଏହି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ ଡ୍ରାଇଭର ମୁକେଶ ସାମାନ୍ୟ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ପରେ ବିଏମ୍‌ସି କର୍ମଚାରୀଙ୍କ ଉଦ୍ୟମରେ ପ୍ରଥମେ ନିଆଁ ଲିଭାଯାଇଥିଲା। ଖବର ପାଇ ସେକ୍ରେଟେରିଏଟ୍‌ ଫାୟାର ଷ୍ଟେଶନ ପକ୍ଷରୁ ଗାଡ଼ିରୁ ନିଆଁ ଆୟତ୍ତ କରାଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଉକ୍ତ ଗାଡ଼ିର ଡ୍ରାଇଭର କ୍ୟାବିନ ସମେତ ୪୦ ପ୍ରତିଶତ ପୋଡ଼ିଯାଇଛି। କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଶର୍ଟ ସର୍କିଟ୍‌ ଯୋଗୁ ଗାଡ଼ିରେ ନିଆଁ ଲାଗିଥିବା ଡେପୁଟି ଫାୟାର ଅଫିସର ଅବନୀ ଚରଣ ସ୍ବାଇଁ କହିଛନ୍ତି।

Share