ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ଅର୍ଜୁନ

କପୁର ପରିବାରରେ କରୋନା ବୋମା ଫୁଟିଛି। ବୋନି କପୁରଙ୍କ ପୁଅ ତଥା ଅଭିନେତା ଅର୍ଜୁନ କପୁର, ଝିଅ ଅଂଶୁଳା କପୁର ଏବଂ ଅନିଲ କପୁରଙ୍କ ଝିଅ ରିୟା ଏବଂ ଜ୍ୱାଇଁ କରଣ ବୁଲାନି କରୋନା ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ବର୍ଷରେ ଦ୍ୱିତୀୟ ଥର ଅର୍ଜୁନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନିକଟରେ କରିସ୍ମା କପୁରଙ୍କ ଖ୍ରୀଷ୍ଟମାସ ପାର୍ଟିରେ ଅର୍ଜୁନ ମଲାଇକାଙ୍କ ସହ ନଜର ଆସିଥିଲେ। କରୋନା ଚିହ୍ନଟ ହେବାପରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ଅର୍ଜୁନ ନିଜକୁ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି। ଏହାସହ ବିଏମସି ମଧ୍ୟ କପୁର ଆପାର୍ଟମେଣ୍ଟକୁ ସିଲ୍‌ କରି ଦେଇଛି। ଖ୍ରୀଷ୍ଟମାସ ପାର୍ଟିରେ ଯୋଗ ଦେଇଥିବା ସେଲିବ୍ରିଟିଙ୍କ କରୋନ ଟେଷ୍ଟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share