ଗ୍ରୀନ୍‌ ଚିଲିକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରସିବା ପଡ଼ିଲା ମହଙ୍ଗା। ରାଜଧାନୀର ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ବୁଧବାର ବିଏମ୍‌ସିର ଏକ ତଦନ୍ତକାରୀ ଟିମ୍‌ ଗ୍ରୀନ ଚିଲି ଦୋକାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦେଖିବାକୁ ପାଇଥିଲେ। ଏହା ପରେ ତଦନ୍ତକାରୀ ଟିମ ଗ୍ରୀନଚିଲି ଦୋକାନକୁ ୭ ଦିନ ପାଇଁ ସିଲ କରି ଦେଇଛନ୍ତି। ଏହାଛଡ଼ା ଜରିମାନା କଟାଯାଇଥିବା ସୂଚନା ମିଳିଛି। ଦୋକାନ ପାଖରେ ଡଷ୍ଟବିନ ତିଆରି କରିବା ପାଇଁ ବିମିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଖାଦ୍ୟ ପ୍ରସ୍ତୁତ ବେଳେ ସଫା ସୁତରା ରହିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share