ଆରମ୍ଭ ହେଲା ମୁକୁଳା ନାଳ ସମୀକ୍ଷା: ପଡ଼ିବ ସ୍ଲାବ, ବଦଳିବ ଡିଜାଇନ୍‌

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଖୋଲା ନାଳରେ ଭାସିଯାଇ ଏକ ନିରୀହ ଜୀବନ ଯିବା ପରେ ଚେତିଲା ପ୍ରଶାସନ। ଆରମ୍ଭ ହେଲା ସମୀକ୍ଷା। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟରେ ସବୁ ଜିଲାରେ ମୁକୁଳା ପଡିଥିବା ସବୁ ଡ୍ରେନ ଉପରେ ସ୍ଲାବ ପଡିବା ନେଇ ଆଲୋଚନା ହୋଇଛି। ଡ୍ରେନର ଡିଜାଇନ୍‌ ମଧ୍ୟ ବଦଳାଯିବ। ଏ ନେଇ ମଙ୍ଗଳବାର ବିଧାନସଭାରେ ନଗରଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏ ନେଇ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଥିବା ନଗରଉନ୍ନୟନ ବିଭାଗ ସଚିବ କହିଛନ୍ତି।
ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟି ବୈଠକରେ ରାଜ୍ୟରେ ଡ୍ରେନେଜ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ବୈଠକରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, କଂଗ୍ରେସ ବିଧାୟକ ମହମଦ ମୋକିମ, ନଗର ଉନ୍ନୟନ ବିଭାଗ ସଚିବଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share