‘ପୁଷ୍ପା’ ଷ୍ଟାଇଲରେ ଲୋକଙ୍କୁ ସଚେତନ କରୁଛି ବିଏମ୍‌ସି

ଭୁବନେଶ୍ୱର,୭।୨(ବ୍ୟୁରୋ): ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌ କମିବାର ନାଁ ନେଉନି। ସବୁଠି ଶୁଣିବାକୁ ମିଳୁଛି ପୁଷ୍ପା ହିରୋ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗ। ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏକ ସଚେତନତାକମୂଳକ ଟୁଇଟ୍‌ କରିଛି। ଯେଉଁଥିରେ ଫିଲ୍ମର ହିରୋ ପୁଷ୍ପାର ଫଟୋକୁ ଶେୟାର କରାଯାଇ ଲେଖାଯାଇଛି, ଦିନ ହେଉ ବା ରାତି ମୁଁ ଅଳିଆ ବାହାରେ ଫିଙ୍ଗିବି ନାହିଁ। ସ୍ମାର୍ଟସିଟି ଭୁବନେଶ୍ୱର। କ୍ଲିନ ରାଜଧାନୀ ପାଇଁ ବୁଲୁଛି ସଫେଇ ଗାଡ଼ି (ଅଳିଆ ଗାଡି)। ଏହାଛଡ଼ା ଛକ ଛକରେ ବସିଛି ଡଷ୍ଟବିନ। ଏହା ସତ୍ତ୍ୱେ କେତେକ ଅସାଧୁ ବ୍ୟକ୍ତି ଅଳିଆକୁ ଡଷ୍ଟବିନ୍‌ରେ ନ ପକାଇ ଏଣେତେଣେ ପକାଉଛନ୍ତି। ଫଳରେ ରାଜଧାନୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏହାକୁ ନଜରରେ ରଖି ଆଜି ବିଏମ୍‌ସି ପକ୍ଷରୁ ଏକ ସଚେତନାତ୍ମକ ଟୁଇଟ୍‌ କରାଯାଇଛି।

Share