Advertisement

BMCର ବଡ଼ ନିଷ୍ପତ୍ତି: ଏଣିକି ୬ ମାସ ବଦଳରେ ୩ ମାସରେ ଆସିବ ଖିଲାପକାରୀଙ୍କ ତାଲିକା

ଭୁବନେଶ୍ୱର,୪।୪: ଟିକସଦାତାଙ୍କୁ ସାବାଡ଼ କରିବା ପାଇଁ ବିଏମ୍‌ପି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ୬ ମାସ ବଦଳରେ ୩ ମାସରେ ଖିଲାପକାରୀ ତାଲିକା ପ୍ରକାଶ କରିବାକୁ ବିଏମ୍‌ପି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି।

୬ ମାସରେ ଥରେ ଲିଷ୍ଟ ଆସୁଥିବାରୁ ବଡ଼ ଟିକସଦାତା ପୈଠ କରିପାରୁ ନ ଥିଲେ। ଯେଉଁଥିପାଇଁ ଆର୍ଥିକ ବର୍ଷ ଶେଷ ବେଳକୁ ଅତ୍ୟଧିକ ବକେୟା ରହୁଥିଲା। ଏଥିସହ ୩ ମାସ ବ୍ୟବଧାନରେ ପୈଠ କଲେ ଟିକସଦାତାଙ୍କୁ ଚାପ କମିବ। ୨୦୨୪-୨୫ରେ ହୋଲ୍ଡିଂ ଟିକସରୁ ସର୍ବାଧିକ ୧୦୧ କୋଟି ମିଳିଛି। ହୋଲ୍ଡିଂ, ପାର୍କିଂ, ଟ୍ରେଡ ଲାଇସେନ୍ସ, ବିଜ୍ଞାପନରୁ ୨୩୦ କୋଟି ଆଦାୟ ହୋଇଥିବା ବିଏମ୍‌ପି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share