ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଜଳିଉଠିଲା ବିଏମ୍ଡବ୍ଲ୍ୟୁ। ଆଉ ଏଥିରେ ବସିଥିବା ଦମ୍ପତି ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯିବାରୁ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ବିଏମ୍ଡବ୍ଲ୍ୟୁ୍ରେ ହଠାତ୍ ନିଆଁ ଲାଗିବାର କାରଣ ହେଲା ଶର୍ଟଶର୍କିଟ୍। ଏଥିରେ ବସିଥିବା ଦମ୍ପତି ଘରୁ ଆସିଆନା ସ୍ଥିତ ତାଙ୍କ ଦୋକାନକୁ ଯାଉଥିଲେ। ଦମ୍ପତି କୁହନ୍ତି, ବ୍ୟାଟେରୀ କାର୍ ପଛପଟେ ଥିଲା। ଏହା ଶର୍ଟଶର୍କିଟ ହୋଇ ଜଳି ଯାଇଥିଲେ ମଧ୍ୟ ସେମାନେ ଜାଣିପାରି ନ ଥିଲେ। ଓହ୍ଲାଇବା ପରେ ଦେଖିଲେ କାର୍ଟି ଜଳୁଛି। ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।