ବାର୍ଷିକ ବିକ୍ରିରେ ମର୍ସିଡିଜକୁ ପଛରେ ପକାଇଲା ବିଏମ୍‌ଡବ୍ଲ୍ୟୁ

ମ୍ୟୁନିକ(ଜର୍ମାନୀ),୪।୧: ୨୦୨୧ରେ ବର୍ଷକୁ ପ୍ରିମିୟମ କାର ବିକ୍ରିରେ ମର୍ସିଡିଜ-ବେଞ୍ଜକୁ ପଛରେ ପକାଇ ଦେଇଛି ବିଏମ୍‌ଡବ୍ଲ୍ୟୁ। ୨୦୧୫ ପରେ ପ୍ରଥମ ଥର ପାଇଁ ବାର୍ଷିକ ବିକ୍ରିରେ ବିଏମ୍‌ଡବଲ୍‌ୟୁ ଏହି ବିଜୟ ହାସଲ କରିଛି।

“ଗର୍ବର ସହ ଘୋଷଣା କରୁଛି ଯେ, ୨୦୨୧ରେ ଅନ୍ତର୍ଜାତୀୟ ବଜାରରେ ପ୍ରିମିୟମ କାର ବିକ୍ରି କରିବାରେ ନମ୍ବର ଓ୍ବାନ ସ୍ଥାନ ହାସଲ କରିଛି ବିଏମ୍‌ଡବ୍ଲ୍ୟୁ” ବୋଲି କମ୍ପାନୀର ସେଲ୍ସ ମୁଖ୍ୟ ପିଟର ନୋଟା ଲିଙ୍କଡିନରେ ପୋଷ୍ଟ କରିଛନ୍ତି। ଏଭଳି ସଫଳତା ପାଇଁ ସେ କମ୍ପାନୀର ପ୍ରଡକ୍ଟ ଲାଇନଅପ୍‌କୁ ଶ୍ରେୟ ଦେଇଛନ୍ତି।

ବିଏମ୍‌ଡବ୍ଲ୍ୟୁ ପକ୍ଷରୁ ଏପର୍ଯ୍ୟନ୍ତ ଗତବର୍ଷର ବିକ୍ରି ରିପୋର୍ଟ ପ୍ରକାଶ କରାଯାଇ ନାହିଁ। ତେବେ ଏହାର କାରଣ ହେଉଛି ୨୦୨୧ରେ ସେମିକଣ୍ଡକ୍ଟର ଅଭାବ ଦେଖାଦେଇଥିଲା। ଏଥିରେ ବିଶ୍ୱର ପ୍ରାୟ ସମସ୍ତ କାର ନିର୍ମାତା କମ୍ପାନୀ ପ୍ରଭାବିତ ହୋଇଥିଲେ। କିନ୍ତୁ ଏଥିରୁ ବର୍ତ୍ତି ଯାଇଥିଲା ମ୍ୟୁନିକ୍‌ରେ ପ୍ରତିଷ୍ଠିତ ଅଟୋମେକର କମ୍ପାନୀ। ଫଳରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଡକ୍ଟ ଲାଇନ୍‌ ବାଧା ପ୍ରାପ୍ତ ହୋଇ ନ ଥିଲା।

Share