ଡିଭାଇଡରରେ ପିଟି ହେଲା ବିଏମ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୧୭।୧୦: ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀବିହାର-ଶୈଳଶ୍ରୀବିହାର ରାସ୍ତାରେ ଗୁରୁବାର ଏକ ଦାମୀ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ମିଳିଥିବା ସୂଚନା ମୁତାବକ, ଦାମୀ କାର୍‌ଟି ମୈତ୍ରୀବିହାର-ଶୈଳଶ୍ରୀବିହାର ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡ଼ରରେ ପିଟି ହୋଇଯାଇଥିଲା। ଏକରିକି କାର୍‌ଟି ଦୀର୍ଘ ବାଟ ପର୍ଯ୍ୟନ୍ତ ଘସି ହୋଇଯାଇଥିଲା। ଫଳରେ କାର୍‌ର ଆଗପଟ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରରେ ଥିବା ୩ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି॥

Share