Advertisement

ବିଏମ୍‌ଡବ୍ଲ୍ୟୁ କାରରେ ମଇଳା ଉଠାଉଛନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଝାରଖଣ୍ଡର ରାଞ୍ଚିରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ବିଳାସପୂର୍ଣ୍ଣ କାର ବିଏମ୍‌ଡବ୍ଲ୍ୟୁରେ ରାସ୍ତାରୁ ମଇଳା ବୋହି ନେଉଥିବା ଦେଖିବାକୁ ମିଳିଛି। ରାଞ୍ଚିର ଏହି ଯୁବ ବ୍ୟବସାୟୀ ଜଣଙ୍କ ହେଲେ ପ୍ରିନ୍ସ ଶ୍ରୀବାସ୍ତବ। ବିଏମ୍‌ଡବ୍ଲ୍ୟୁ କାରରେ ଅଳିଆ ଉଠାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ପ୍ରିନ୍ସ ନିଜ ବାପାଙ୍କୁ ଉପହାର ଦେବା ପାଇଁ ଏହି କାର କିଣିଥିଲେ। କିନ୍ତୁ କାର କିଣିବା ପରଠାରୁ ତାହା ସବୁବେଳେ ଖରାପ ହେଉଥିଲା। ବିଏମ୍‌ଡବ୍ଲ୍ୟୁ ସେବା କେନ୍ଦ୍ରକୁ ଯିବା ପରେ ମଧ୍ୟ ଏହି କାର ଠିକ୍‌ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରିନ୍ସଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ଏହାରି ମଧ୍ୟରେ ପ୍ରିନ୍ସ ବହୁତ ଅର୍ଥ ମଧ୍ୟ ଖର୍ଚ୍ଚ କରିସାରିଥିଲେ। କେବଳ ସେତିକି ନୁହେଁ, କାର କିଣିଥିବା ମାଲିକଙ୍କ ବ୍ୟବହାରରେ ମଧ୍ୟ ସେ ବିରକ୍ତ ହୋଇଯାଇଥିଲେ। ତେଣୁ ସେ ନିଜର ଏହି ବିଏମ୍‌ଡବ୍ଲ୍ୟୁ କାରକୁ ଅଳିଆ ଉଠାଇବାରେ ବ୍ୟବହାର କଲେ।
ଏ ନେଇ ପ୍ରିନ୍ସ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଏହାର ସମାଧାନ ନ ହେଲେ ସେ କୋର୍ଟର ଦ୍ୱାରସ୍ଥ ହେବେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share