ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ରିଟେଲ ନେକ୍ସଟରେ ପୁନଃପରିକଳ୍ପିତ ସେବା ଓ ସୁବିଧା ଉପଲବ୍ଧ ରହିବ। ଯାହାକୁ ଆଧୁନିକ ଆବଶ୍ୟକତାଗୁଡିକୁ ପୂରଣ ଓ ଉତ୍କର୍ଷ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ରିଟେଲ ନେକଟ୍ସକୁ ୩୬ ମାସ ମଧ୍ୟରେ ଭାରତର ୩୩ ସହରରେ ୫୬ ଫ୍ୟାସିଲିଟି ପଏଣ୍ଟରେ କାର୍ଯ୍ୟକାରୀ କରାଯିବ।
ଏ ସମ୍ପର୍କରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ପ୍ରେସିଡେଣ୍ଟ ଓ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର ବିକ୍ରମ ପାୱା କହିଛନ୍ତି, ରିଟେଲ ନେକ୍ସଟର ଶୁଭାରମ୍ଭ ସହିତ ଆମେ କେବଳ ଅନୁଭୂତିଗୁଡିକୁ ଉନ୍ନତ କରୁନାହୁଁ ବରଂ ଆମେ ତାହାକୁ ରୂପାନ୍ତରଣ କରୁଛୁ। ରିଟେଲ ନେକ୍ସଟ ଡିଲରଶିପ୍‌ଗୁଡିକୁ ‘ଫିଜିଟାଲ’ ଉଦ୍ଭାବନଗୁଡିକୁ ଏକତ୍ରିତ କରି ଗ୍ରାହକଙ୍କ ଯୋଗଦାନକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି। ଆମେ ଆମର ଡିଲର ପାର୍ଟନରମାନଙ୍କୁ ବିଏମଡବ୍ଲ୍ୟୁ ଗ୍ରୁପ୍‌ ଏବଂ ଭାରତରେ ରିଟେଲ ନେକ୍ସଟକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୩ ବର୍ଷ ମଧ୍ୟରେ ପରିବ୍ୟାପ୍ତ ଗୁରୁତ୍ୱପୂର୍ଣ୍ଣ ନିବେଶ ଦିଗରେ ସେମାନଙ୍କର ଦୃଢ ଉତ୍ସର୍ଗୀକୃତତା ପାଇଁ ପ୍ରଶଂସା କରୁଛୁ। ରିଟେଲ ନେକ୍ସଟ ଲକ୍‌ଜୁରୀ ଅଟୋମୋଟିଭ ସେଗ୍‌ମେଣ୍ଟରେ ଅଟୋମୋଟିଭ୍‌ ରିଟେଲ ଅନୁଭୂତିକୁ ପୁନଃବ୍ୟାଖ୍ୟା କରିବ। ହାଇ-ଟେକ ଡିଜିଟାଲ ଇଣ୍ଟରଫେସ୍‌ଗୁଡିକ ଏହି ଫ୍ୟାସିଲିଟିରେ ଅନ୍ତର୍ଭୁକ୍ତ ହୋଇଛି,ଯାହା ଯାନର ଫିଚରଗୁଡିକୁ ଅନ୍ବେଷଣ କରିବା,ନିଜର ପସନ୍ଦକୁ କଷ୍ଟୋମାଇଜ କରିବା ଏବଂ ସ୍ବତନ୍ତ୍ର ପରାମର୍ଶ ହାସଲ କରିବା ପାଇଁ ଗ୍ରାହକଙ୍କୁ ସକ୍ଷମ କରୁଛି। ଏହାବ୍ୟତୀତ ଏହାର ଡିଜାଇନରେ ବ୍ୟକ୍ତିଗତ ପରାମର୍ଶ ଓ ଭେଇକିଲ ହ୍ୟାଣ୍ଡଓଭର୍‌ ପାଇଁ ସ୍ବତନ୍ତ୍ର ସ୍ଥାନଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି। ରିଟେଲ ନେକ୍ସଟ ‘ସେଣ୍ଟ୍ରାଲ କଷ୍ଟୋମର ୱାକ୍‌ ଆୱେ’ ସହିତ ପରିଦର୍ଶକ ଓ ଯାନଗୁଡିକୁ କେନ୍ଦ୍ରରେ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

ନିବାଭ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଭାରତର ସର୍ବବୃହତ ଘରୋଇ ଲିଫ୍ଟ ବ୍ରାଣ୍ଡ୍‌ ନିବାଭ୍‌ ଲିଫ୍ଟର ନୂତନ ଉତ୍ପାଦ ‘ନିବାଭ୍‌ ସିରିଜ୍‌-୪ ହୋମ୍‌ ଲିଫ୍ଟ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri