Categories: ଜାତୀୟ

କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଚାଲ, ପୂର୍ବତନ ଏମପି ଚନ୍ଦ୍ରପ୍ପା ହେଲେ କାର୍ଯ୍ୟକାରୀ ଅଧ୍ୟକ୍ଷ

ବେଙ୍ଗାଲୁରୁ,୯।୪: କର୍ନାଟକ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ କଂଗ୍ରେସ ଅନୁସୂଚିତ ଜାତିର ନେତା ଓ ପୂର୍ବତନ ଏମପି ବିଏନ ଚନ୍ଦ୍ରପ୍ପାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିଛି। କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ଚନ୍ଦ୍ରପ୍ପାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
କର୍ନାଟକ କଂଗ୍ରେସରେ ୫ କାର୍ଯ୍ୟକାରୀ ଅଧ୍ୟକ୍ଷ। ଏମାନଙ୍କ ମଧ୍ୟରୁ ଜଣେ ଆର ଧ୍ରୁବ ନାରାୟଣଙ୍କର କିଛିଦିନ ପୂର୍ବରୁ ପରଲୋକ ହୋଇଯାଇଥିଲା। ତାଙ୍କରି ସ୍ଥାନରେ ଚନ୍ଦ୍ରପ୍ପାଙ୍କୁ ନିଯୁକ୍ତ କରାଯାଇଛି।
କର୍ନାଟକ କଂଗ୍ରେସର ନେତୃତ୍ୱ ଏବେ ଡିକେ ଶିବକୁମାର କରୁଛନ୍ତି। ତାଙ୍କ ବ୍ୟତୀତ ୫ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି। ଏମାନେ ହେଲେ ବିଏନ ଚନ୍ଦ୍ରପ୍ପା(ନବ ନିଯୁକ୍ତ), ସାମଲିଙ୍ଗା ରେଡ୍ଡି, ସଲିମ ଅହମ୍ମଦ, ଈଶ୍ୱର ଖାନ୍ଦ୍ରେ, ସତିଶ ଜରକିହଲ୍ଲି।

Share