Categories: ବାଣିଜ୍ୟ

ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବିଏନ୍‌ଆଇ-ଗ୍ରେଟର ଓଡ଼ିଶା

କଟକ,୧୨ା୧୧: ବିଶ୍ୱସ୍ତରୀୟ ବାଣିଜି୍ୟକ ନେଟ୍‌ଓ୍ବର୍କଂ ସଂସ୍ଥା ବିଜ୍‌ନେସ ନେଟ୍‌ଓ୍ବର୍କଂ ଇଣ୍ଟରନ୍ୟାଶନାଲ (ବିଏନ୍‌ଆଇ)ର ସ୍ବୀକୃତିପ୍ରାପ୍ତ ସଂସ୍ଥା ବିଏନ୍‌ଆଇ-ଗ୍ରେଟର ଓଡ଼ିଶାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ପ୍ରମୋଦ ରେସର୍ଟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ରାଜ୍ୟ ମୁଖ୍ୟ ଡ. ନିହାର ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୟୁସିସିଆଇର ସଭାପତି ବହ୍ମାନନ୍ଦ ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମେତ ବିଏନ୍‌ଆଇ ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ ସିଏସ୍‌ ସୁନିତା ମହାନ୍ତି, ନମ୍ରତା ସାମଲ ଏବଂ ଡିଷ୍ଟ୍ରିକ ଡାଇରେକ୍ଟର ବିମଲ ସାମଲ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ବିଏନ୍‌ଆଇ-ଗ୍ରେଟର ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଅଗ୍ରଓ୍ବାଲ କହିଛନ୍ତି, ରାଜ୍ୟରେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ବେକାରି ଓ ବେରୋଜଗାରି ସଂଖ୍ୟା ହ୍ରାସ ପାଇଁ ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ସେ ମତପ୍ରକାଶ କରିଥିଲେ। ସେହିଭଳି ଓଡ଼ିଶାରେ ଛୋଟଠାରୁ ବଡ ସବୁବର୍ଗର ବ୍ୟବସାୟୀଙ୍କ ଜରିଆରେ ସଂସ୍ଥାର ଆଭିମୁଖ୍ୟ ପୂରଣ ସାଙ୍ଗକୁ ନୂତନ ଷ୍ଟାର୍ଟଅପ୍‌ଗୁଡିକୁ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Share