କିଏ ଛେଳି ଚରାଉଥିଲେ ତ କିଏ ମୁଗ ଉପାଡୁଥିଲେ, ପଛପଟୁ ଆସିଲା ବାର୍‌ହା, ଆଉ ତା’ ପରେ…

ଦିଗପହଣ୍ଡି,୨୪ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ସୋମବାର ସକାଳେ ବନ୍ୟଜନ୍ତୁ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ପୁରୁଣା ଗୁମ୍ମା ଗ୍ରାମର ଅଭିମନ୍ୟୁ ମହାଙ୍କୁଡ଼(୭୦), ମୌଳାଭଞ୍ଜା ଗ୍ରାମର ବି. ଚକ୍ରପାଣି(୬୫) ଏବଂ ଫାସିଗୁଡ଼ା ଗ୍ରାମର ସଙ୍ଗୀତା ନାଇକ(୫୦)। ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀତା ଚାଷ ଜମିରେ ମୁଗ ଫସଲ ତୋଳୁଥିବା ବେଳେ ଏକ ବାର୍‌ହାତାଙ୍କୁ ଆକ୍ରମଣ କରିଥିଲା। ସେହିପରି ଅଭିମନ୍ୟୁ ଏବଂ ଚକ୍ରପାଣି ଛେଳି ଚରାଉଥିବା ବେଳେ ବାର୍‌ହା ହାବୁଡ଼ରେ ପଡ଼ିଥିଲେ। ଗତ କିଛିଦିନ ହେଲା ଦିଗପହଣ୍ଡି ଗ୍ରାମାଞ୍ଚଳରେ ବାର୍‌ହା ଉପଦ୍ରବ ବୃଦ୍ଧି ପାଇଛି। ବାର୍‌ହାପଲ ଚାଷୀଙ୍କ ପନିପରିବା ଫସଲ ବ୍ୟାପକ ପରିମାଣରେ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ…

ଭୁବନେଶ୍ୱର,୨୬।୩: ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବା ଅଭିଯୋଗ ଆଣି କଂଗ୍ରେସ ଗୃହ କମିଟି ଗଠନ ଦାବିରେ...

ବନ୍ଦେ ଭାରତ ଉପରେ ପଥର ମାଡ଼

ରାଉରକେଲା,୨୬ା୩(ସଙ୍ଗୀତା ଜେନା): ପୁରୀରୁ ରାଉରକେଲା ଅଭିମୁଖେ ଆସୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ରେ ବୁଧବାର ପଥର ମାଡ଼ ହୋଇଛି। ଏକ ବଗିର ଝରକା ପାଖ କାଚ ଭାଙ୍ଗି ଯାଇଥିବା...

ନବନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ନବ ନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସମ୍ବର୍ଦ୍ଧନା...

ପୁଅ ବାହାଘର ପୂର୍ବରୁ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ,୨୬।୩(ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା...

ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨...

‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’

ଭୁବନେଶ୍ୱର,୨୬।୩: ବିଧାନସଭାରୁ କଂଗ୍ରେସର ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗୋଟିଏ ପଟେ କଂଗ୍ରେସର ବିଧାୟକମାନେ ଏହାକୁ ପ୍ରତିବାଦ କରୁଥିବା ବେଳେ...

ମନ୍ଦିର ଭିତରେ ଗହଳି ଦେଖି ଲୁଟୁଥିଲେ ସୁନା ଅଳଙ୍କାର, ଏବେ ଧରା ପଡ଼ିଲେ ମହିଳା ଗ୍ୟାଙ୍ଗ୍‌

ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ...

ବସ୍‌କୁ ଚଢ଼ିବା ସମୟରେ ଖସିପଡ଼ିଲେ ଯୁବକ

ହିଞ୍ଜିଳିକାଟୁ,୨୬ା୩(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ଚାଳକମାନଙ୍କ ମନଇଛା ଗାଡ଼ି ରଖିବା ଓ ଯାତ୍ରୀ ଉଠାଇବା ପ୍ରତିଯୋଗିତା କାରଣରୁ ବୁଧବାର ଗୋଡ଼...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image