ସରକାରଙ୍କ ଅଧୀନକୁ ଯିବ ବୋର୍ଡ ହାଇସ୍କୁଲ

କଟକ,୩ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ସରକାରଙ୍କ ଅଧୀନକୁ ଯିବ କଟକ ବଜ୍ରକବାଟିସ୍ଥିତ ବୋର୍ଡ ଅଫ୍‌ ସେକେଣ୍ଡାରୀ ହାଇସ୍କୁଲ। ୧୯୫୯ରେ ସ୍ଥାପିତ ସହରର ଏହି ପୁରାତନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ନିର୍ବାହ କରିଆସୁଥିଲା। ହେଲେ ଏବେ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଗୁରୁବାର ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏବଂ ବୋର୍ଡ ଅଧିକାରୀ ଉପସ୍ଥିତ ରହି ବୋର୍ଡ ସ୍କୁଲ୍‌ ସରକାରଙ୍କ ଅଧୀନକୁ ଆଣିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ। ସ୍କୁଲ ସରକାରଙ୍କ ଅଧୀନକୁ ଆଣିବା ପାଇଁ କିଛି ଲିଗାଲ ପ୍ରୋସିଜିଅର ରହିଛି। ଏହା ସରିବା ପରେ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ବୋର୍ଡ ସେକ୍ରେଟାରି ସୁମିତା ସରକାର କହିଛନ୍ତି।
ବୋର୍ଡ ଅଫ୍‌ ସେକେଣ୍ଡାରୀ ସ୍କୁଲ୍‌ରେ ଏବେ ଅନେକ ଶିକ୍ଷକ ଏବଂ କେତେକ କର୍ମଚାରୀ ପଦବୀ ଖାଲି ପଡ଼ିଛି। ଏହି ପଦବୀ ପୂରଣ ଦାୟିତ୍ୱ ବୋର୍ଡ କର୍ତ୍ତୃପକ୍ଷଙ୍କର ହୋଇଥିଲେ ହେଁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିପରି ସ୍କୁଲ ପରିଚାଳନା ନେଇ ବୋର୍ଡକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ବୋର୍ଡ ଏକ ସ୍ବୟଂଚାଳିତ ସଂସ୍ଥା। ଉକ୍ତ ସଂସ୍ଥା ଅଧୀନରେ ବୋର୍ଡ ସ୍କୁଲ୍‌ ରହିଛି। ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିବା ଏହି ସ୍କୁଲ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ଖ୍ୟାତି ରହିଛି। ଏଠାରେ ଶିକ୍ଷକ, କର୍ମଚାରୀ ନିଯୁକ୍ତିଠାରୁ ଆରମ୍ଭ କରି ଦରମା ପ୍ରଦାନ, ଭିତ୍ତିଭୂମି ନିର୍ମାଣ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍‌ସନ୍‌ ପ୍ରଦାନ, ଆର୍ଥିକ ବ୍ୟୟବରାଦ ବୋର୍ଡ କର୍ତ୍ତୃପକ୍ଷ ହିଁ କରିଥାନ୍ତି। ଏଥିପାଇଁ ବୋର୍ଡ ପକ୍ଷରୁ ବାର୍ଷିକ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ। ମାଟ୍ରିକ୍‌ ପରୀକ୍ଷା, ଓଟିଇଟି, ଅନ୍ୟ ପରୀକ୍ଷା, ପାଠ୍ୟପୁସ୍ତକ ବିକ୍ରି କରି ଯାହା ରୋଜଗାର ହୁଏ ତାହାର ସିଂହଭାଗ ଶିକ୍ଷକଙ୍କ ଦରମା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍‌ସନ୍‌ ପ୍ରଦାନରେ ଖର୍ଚ୍ଚ ହୋଇଥାଏ। ବୋର୍ଡ ସ୍କୁଲ୍‌ର ବାର୍ଷିକ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଚିନ୍ତାରେ ଥିଲେ। ଏହି ସ୍କୁଲ୍‌ର ପରିଚାଳନା ଦାୟିତ୍ୱ ସରକାରଙ୍କ ଅଧୀନରେ ରହୁ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତର୍ଜମା କରିଥିଲା। ଏହାପରେ ବିଭାଗର ନିର୍ଦ୍ଦେଶକ୍ରମେ ଜିଲା ଶିକ୍ଷାଧିକାରୀଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀମାନେ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ଏ ସଂକ୍ରାନ୍ତୀୟ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ବିଭାଗକୁ ପଠାଇଥିଲେ। ବିଭାଗ ରିପୋର୍ଟକୁ ତର୍ଜମା କରି ଉକ୍ତ ସ୍କୁଲ୍‌ର ପରିଚାଳନା ଦାୟିତ୍ୱ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଯୋଜନା କରିଛି। ଏହି ସ୍କୁଲ ସରକାରଙ୍କ ନିୟନ୍ତ୍ରଣକୁ ଆସିବା ପରେ ଭିତ୍ତିଭୂମି ଆହୁରି ଅଧିକ ସୁଦୃଢ ହେବା ସହ ମାନବ ସମ୍ବଳ ବୃଦ୍ଧି ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri