ଫିଲିପାଇନ୍ସରେ ବୋଟ୍‌ ଦୁର୍ଘଟଣା: ୨୭ ମୃତ

ମାନିଲା,୨୯ା୭: ଫିଲିପାଇନ୍ସର ଏକ ହ୍ରଦରେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ୨୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ସାମର୍ଥ୍ୟଠାରୁ ଅଧିକ ଯାତ୍ରୀ ଥିବା ଜାଣି ମଧ୍ୟ ଏହାକୁ ଚଳାଇବା ପାଇଁ କ୍ୟାପ୍‌ଟେନ୍‌ ନିଷ୍ପତ୍ତି ନେଇଥିଲେ ବୋଲି ତଟସୁରକ୍ଷା ମୁଖ୍ୟ କହିଛନ୍ତି। ଏମ୍‌/ବି ଆୟା ଏକ୍ସପ୍ରେସ୍‌ ନାମକ ବୋଟ୍‌ ଗୁରୁବାର ମାନିଲା ଦକ୍ଷିଣପୂର୍ବରେ ଥିବା ବିନାଙ୍ଗୋନାନ୍‌ ସହରରୁ ଛାଡ଼ିବାର କିଛି ସମୟ ପରେ ଲାଗୁନା ଡେ ବେରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିଲା। ୪୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ତଟସୁରକ୍ଷା ଯବାନ, ପୋଲିସ ଓ ସରକାରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ଆଉ କୌଣସି ଯାତ୍ରୀ ନିଖୋଜ ନ ଥିବା ଉଦ୍ଧାରକାରୀ ଟିମ୍‌ ପକ୍ଷରୁ କୁହାଯାଇଛି। ବୋଟ୍‌କୁ ଯିବା ପାଇଁ ଅନୁମତି ଦେଇଥିବା ତଟସୁରକ୍ଷା ବାହିନୀର ଦୁଇ ଇନ୍ସପେକ୍ଟରଙ୍କୁ ସେମାନଙ୍କ ପଦବୀରୁ ବିଦା କରାଯିବା ସହ ତଦନ୍ତ କରାଯାଉଛି।

Share