Categories: ଜାତୀୟ

ଅମରାବତିରେ ଡଙ୍ଗାବୁଡି: ୧୧ ମୃତ, ୮ ନିଖୋଜ

ୱାର୍ଧା,୧୪ ।୯: ମହାରାଷ୍ଟ୍ରର ଅମରାବତିରେ ଡଙ୍ଗା ଓଲଟି ଯିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୮ ଜଣ ନିଖୋଜ ଥିବା ଜଣାପଡିଛି । ୱାର୍ଧା ନଦୀରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଲଗାଣ ବର୍ଷା ଫଳରେ ପ୍ରାୟ ସମସ୍ତ ନଦୀ ଫୁଲିଛି । ଜଳର ସ୍ରୋତ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିବା କୁହାଯାଉଛି । ତେବେ କେଉଁ କାରଣ ପାଇଁ ଡଙ୍କାଟି ବୁଡିଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆବଶ୍ୟକତାଠାରୁ ଅଧିକ ଲୋକ ଡଙ୍ଗାରେ ଥିବାରୁ ଏହା ବୁଡି ଯାଇଥିବା ଅନୁମାନ କରାଯାଉଛି । ତେବେ ଡଙ୍ଗାଟି ଓଲଟିବା ଦେଖି ସ୍ଥାନିୟ ଲୋକେ ଉଦ୍ଧାର କରିବାକୁ ଯାଇଥିବା ବେଳେ ପରେ ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ ।

Share