ଚିତ୍ରକୋଣ୍ଡା,୨୦।୧(ଡି.ଏନ.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଳକର ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଆସନ୍ତା ୨୬ରୁ ବୋଟ୍ ଆମ୍ବୁଲାନ୍ସ ସେବା ମିଳିବ। ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଜିଲା ପ୍ରଶାସନ ପୂର୍ବରୁ ୨ଟି ବୋଟ୍ ଆମ୍ବୁଲାନ୍ସ ଯୋଗାଇ ଦେଇଛି। ଏହା ସ୍ପଲ୍େଓ ଲଞ୍ଚ ଘାଟରେ ଉଦ୍ଘାଟିତ ହୋଇ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଆସୁଥିଲା। ଉକ୍ତ ଅଞ୍ଚଳରେ ଯାତାୟାତ ଲାଗି ଜଳପଥ ଏକମାତ୍ର ରାସ୍ତା ହୋଇଥିବାରୁ ଏଣିକି ଜରୁରୀ ସମୟରେ ଅଞ୍ଚଳବାସୀ ଆବଶ୍ୟକ ଅନୁସାରେ ସ୍ବାସ୍ଥ୍ୟସେବା ପାଇପାରିବେ। ଏହାଦ୍ୱାରା ୩୫ଟି ଗ୍ରାମର ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ। ବାଲିମେଳା ଡ୍ୟାମର ଉଭୟ ପାର୍ଶ୍ୱରେ ଥିବା ସ୍ବାଭିମାନ ଅଞ୍ଚଳର ରୋଗୀ ଏହା ମାଧ୍ୟମରେ ସ୍ବାସ୍ଥ୍ୟସେବା ପାଇପାରିବେ। ଗୁରୁତର ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ଦିଗରେ ଏହି ବିଏସ୍ଏଫ୍ ବୋଟ୍ ଆମ୍ବୁଲାନ୍ସ ସେବା ସହାୟକ ହେବ ବୋଲି ବିଏସ୍ଏଫ୍ ଆଇଜି ଏସ.ସି. ବୁଡାକୋଟି କହିଛନ୍ତି।