Advertisement

ଗୋହିରା ଡ୍ୟାମ୍‌ରେ ଓଲଟିଲା ଡଙ୍ଗା: ମାଛ ବେପାରୀ ନିଖୋଜ

ଦେବଗଡ଼,୯।୧(ଡି.ଏନ୍‌.ଏ.): ଗୋହିରା ଡ୍ୟାମ୍‌ରେ ଏକ ଡଙ୍ଗା ଓଲଟି ଜଣେ ମାଛ ବେପାରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ବରଘାଟ ଗ୍ରାମର ନୀଳାମ୍ବର ସିଂ।

ମିଳିଥିବା ସୂଚନା ମୁତାବକ, ନୀଳାମ୍ବର ରବିବାର ରାତିରେ ଡଙ୍ଗା ଯୋଗେ ମାଛ ଆଣିବାକୁ ଡ୍ୟାମ୍‌ ଭିତରକୁ ଯାଇଥିଲେ। ହେଲେ କୌଣସି କାରଣ ଯୋଗୁ ଡଙ୍ଗା ଓଲଟି ପଡ଼ିଥିଲା। ସେତିକିବେଳଠାରୁ ସେ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ସୋମବାର ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ନୀଳାମ୍ବରଙ୍କ ପତ୍ତା ମିଳିପାରି ନାହିଁ। ଅନ୍ୟପକ୍ଷେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share