ଇଂଲିଶ ଚ୍ୟାନେଲରେ ଡଙ୍ଗାବୁଡି, ୬ ମୃତ, ୫୦ ଉଦ୍ଧାର…

ପ୍ୟାରିସ,୧୩।୮ : ଇଂଲିଶ ଚ୍ୟାନେଲରେ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗାବୁଡିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫୦ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମେୟର ଫ୍ରାଙ୍କ ଡର୍ସିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି କାଲାଇସ / ଭିସେଣ୍ଟେ ଉପକୂଳରେ ଆଉ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ପ୍ରବାସୀ ବୁଡ଼ି ଯାଇଥିଲେ। ସେ କହିଛନ୍ତି ଆମକୁ ଇଂଲିଶ ଚ୍ୟାନେଲ ଏବଂ ଭୂମଧ୍ୟସାଗରରେ ମୃତ୍ୟୁ ରେକର୍ଡ କରିବା ବନ୍ଦ କରିବାକୁ ପଡିବ।

ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋରେନ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।
ଏଥି ସହିତ ବ୍ରିଟେନର ଗୃହ ସଚିବ ସୁଏଲା ବ୍ରାଭରମ୍ୟାନ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଦୁଃଖ ପ୍ରକାଶ କରିଛନ୍ତି।

ସରକାରୀ ଆକଳନ ଅନୁଯାୟୀ, ୭୫୫ ପ୍ରବାସୀ ଚ୍ୟାନେଲ ପାର ହୋଇ ବ୍ରିଟେନ ଅଭିମୁଖେ ଯାଉଥିଲେ। ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଗୋଟିଏ ଦିନରେ ଏହି ସଂଖ୍ୟା ସର୍ବାଧିକ ରେକର୍ଡ ହୋଇଛି। ତଥ୍ୟ ଅନୁଯାୟୀ, ୨୦୧୮ରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟ ଚ୍ୟାନେଲ ଅତିକ୍ରମ କରିଥିବାବେଳେ ୨୦୨୩ ମସିହାରେ ଏପର୍ଯ୍ୟନ୍ତ ପ୍ରାୟ ୧୬ ହଜାର ଲୋକ ଏଭଳି କରିଛନ୍ତି।

ଇଂଲିଶ ଚ୍ୟାନେଲ ହେଉଛି ଦୁନିଆର ସବୁଠୁ ବ୍ୟସ୍ତବହୁଳ ଜଳପଥ ଏବଂ ମୃତ୍ୟୁ ଘଟଣା ଏଠାରେ କ୍ରମାଗତ ଭାବରେ ରେକର୍ଡ କରାଯାଇଛି। ତେବେ ଫ୍ରାନ୍ସ କର୍ତ୍ତୃପକ୍ଷ ଏଠାରେ ପାଟ୍ରୋଲିଂ ବୃଦ୍ଧି କରିଛନ୍ତି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯାଉଛି।

 

Share