Categories: ଜାତୀୟ

କେରଳରେ ଡଙ୍ଗାବୁଡ଼ି, ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

ଥିରୁଭାନନ୍ତପୁରମ୍‌,୮ା୫: କେରଳର ମାଲାପୁରମ୍‌ ଜିଲାର ତନୁର ନିକଟରେ ରବିବାର ରାତିରେ ଏକ ଡଙ୍ଗାବୁଡ଼ି ଯାଇଥିଲା। ଆଜି ଏହି ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଏହି ଡଙ୍ଗାରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ। ମନ୍ତ୍ରୀ ଭି.ଅବ୍‌ଦୁରହିମନ କହିଛନ୍ତି, ବର୍ତ୍ତମାନ ମୃତ୍ୟୁସଂଖ୍ୟା ୨୧ପହଞ୍ଚିଥିବା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଅଧିକ ଲୋକ ଡଙ୍ଗା ତଳେ ଫସି ରହିଥିବା ଜଣାପଡିଛି। ବୁଡ଼ି ଯାଇଥିବା ଡଙ୍ଗାକୁ କୂଳକୁ ଆଣିବା ପାଇଁ ପ୍ରୟାସ ଚାଲିଛି।

Share