Categories: ଜାତୀୟ

୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡିଲା: ୧୬ ନିଖୋଜ

ମୁଜାଫରପୁର,୧୪।୯: ବିହାରର ମୁଜାଫରପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଗମତି ନଦୀରେ ୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ବୁଡ଼ି ଯାଇଛି। ସେଥିମଧ୍ୟରୁ ୧୬ ଜଣ ନିଖୋଜ ଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୧୭ ପିଲାଙ୍କୁ ଉଦ୍ଧାର କରାଯାଇଛି । ପିଲାମାନେ ଡଙ୍ଗାରେ ସ୍କୁଲ ଯାଉଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଗାୟଘାଟ ଏବଂ ବେନିବାଦ ପୋଲିସ ସହିତ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ କହିଛନ୍ତି ଯେ, ପ୍ରତ୍ୟେକ ଦିନ ଭଳି ଗୁରୁବାର ପିଲାମାନେ ଏକ ଡଙ୍ଗାରେ ସ୍କୁଲ ଯାଉଥିଲେ। ଡଙ୍ଗାରେ ୩୩ ଅଧିକ ପିଲା ଥିଲେ। ପ୍ରବଳ ସ୍ରୋତ ଯୋଗୁ ଡଙ୍ଗା ଭାରସାମ୍ୟ ହରାଇ ନଦୀରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ଡଙ୍ଗାରେ ଥିବା ପିଲାମାନେ ଚିତ୍କାର କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟାରେ ଲୋକ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ।

Share