ବୋଟ୍‌ ବୁଡ଼ି ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ରୋମ୍‌,୨୬ା୨: ଇଟାଲୀର କାଲାବ୍ରିଆ ଅଞ୍ଚଳସ୍ଥିତ ସମୁଦ୍ର ଅଶାନ୍ତ ରହିଥିବାବେଳେ ରବିବାର ଏକ ବୋଟ୍‌ ଶିଳାଖଣ୍ଡ ସହ ଧକ୍କା ହୋଇ ବୁଡ଼ିଯାଇଥିଲା। ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୪୩େରେ ପହଞ୍ଚିଛି। ଏପରିକି ୮୦ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଶତାଧିକ ଲୋକଙ୍କୁ ନେଇ ବୋଟ୍‌ଟି ଉପକୂଳ ସହର କ୍ରୋଟୋନ୍‌ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବୋଟ୍‌ରେ ଇରାନ, ଇରାକ, ସିରିଆ, ଆଫଗାନିସ୍ତାନ, ପାକସ୍ତାନ ଏବଂ ସୋମାଲିଆର ଯାତ୍ରୀ ଥିଲେ। ଇଟାଲୀ କର୍ତ୍ତୃପକ୍ଷ ଉଭୟ ସ୍ଥଳଭାଗ ଓ ସମୁଦ୍ରରେ ତାଲାସି ଓ ଉଦ୍ଦାର କାର୍ଯ୍ୟ ଜାରି ରଖିଛନ୍ତି।

Share