ଡଙ୍ଗାରେ ଅଗ୍ନିକାଣ୍ଡ: ୩ ବ୍ରିଟିଶ ପର୍ଯ୍ୟଟକ ନିଖୋଜ…

କାଏରୋ,୧୨।୬ : ଇଜିପ୍ଟର ଲୋହିତ ସାଗରରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗାରେ ନିଆଁ ଲାଗିଯାଇଛି। ଏହି ଡଙ୍ଗାରେ ଅନେକ ବ୍ରିଟିଶ ପର୍ଯ୍ୟଟକ ଯାଇଥିଲେ, ସେମାନଙ୍କ ମଧ୍ୟରୁ ତିନିଜଣ ନିଖୋଜ ଅଛନ୍ତି।

ନ୍ୟୁଜ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ଉଦ୍ଧାରକାରୀମାନେ ନିଖୋଜ ବ୍ରିଟିଶ ପର୍ଯ୍ୟଟକଙ୍କ ସନ୍ଧାନ ଜାରି ରଖିଛନ୍ତି। ୧୫ ଜଣ ବ୍ରିଟିଶ ପର୍ଯ୍ୟଟକଙ୍କ ସମେତ ଡଙ୍ଗାରେ ୨୭ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୧୨ ଜଣ ବ୍ରିଟିଶ ପର୍ଯ୍ୟଟକଙ୍କ ସମେତ ୨୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ତିନିଜଣଙ୍କୁ ଖୋଜା ଚାଲିଛି।

ବ୍ରିଟେନର ବୈଦେଶିକ କାର୍ଯ୍ୟାଳୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏକ ବିବୃତ୍ତି ଅନୁଯାୟୀ, ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର କହିଛନ୍ତି ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଏହି ଘଟଣାରେ ସମ୍ପୃକ୍ତ ବ୍ରିଟିଶ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି।

ଲୋହିତ ସାଗରର ହୁରଗଡା ବେଳାଭୂମି ବନ୍ଦ ହେବାର କିଛି ଦିନ ପରେ ଏହି ଘଟଣା ଘଟିଛି। ସାର୍କ ଆକ୍ରମଣରେ ରୁଷିଆର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସମୁଦ୍ରକୂଳ ବନ୍ଦ ରହିଥିଲା।

ଇଜିପ୍ଟର ପରିବେଶ ମନ୍ତ୍ରଣାଳୟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଲୋହିତ ସାଗର ବେଳାଭୂମି ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିବାକୁ ପରିବେଶ କର୍ତ୍ତୃପକ୍ଷ ୟସ୍ମିନ ଫୁଡ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ସାର୍କ ଆକ୍ରମଣ ଭଳି ଘଟଣା ଆଉ ପୁନରାବୃତ୍ତି ଯେପରି ନ ହୁଏ।

Share