ଆଣ୍ଡାମାନ ସାଗରରେ ବୁଡ଼ିଗଲା ବୋଟ୍‌: ୭ ମୃତ, ୩୦ ନିଖୋଜ

ବ୍ୟାଙ୍କ୍‌କ,୨୧ା୧୦: ମ୍ୟାନ୍‌ମାରର ଏକ ବୋଟ୍‌ ଆଣ୍ଡାମାନ ସାଗରରେ ବୁଡ଼ିଯିବାରୁ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୩୦ ଜଣ ନିଖୋଜ ଅଛନ୍ତି। ବୋଟ୍‌ଟି ୭୦ରୁ ୭୫ ଜଣ ଲୋକଙ୍କୁ ନେଇ ମ୍ୟାନ୍‌ମାରର ଦକ୍ଷିଣ ଭାଗରେ ଥିବା ମେଇକ୍‌ ଉପକୂଳ ସହରକୁ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବୋଟ୍‌ର ପରିବହନ କ୍ଷମତା ୩୦ରୁ ୪୦ ହୋଇଥିବା ବେଳେ ସେଥିରେ ଅତ୍ୟଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ସେହି ସମୟରେ ସମୁଦ୍ରରେ ପ୍ରବଳ ଲହରି ଉଠୁଥିଲା।

Share