ଡଙ୍ଗା ବୁଡ଼ି ଘଟଣା: ୩୦ ମୃତ, ୧୬୭ ନିଖୋଜ

କିନ୍‌ସାସା,୧୫ା୧୦: କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବା ଦ୍ୱାରା ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଡେପୁଟି ପ୍ରାଦେଶିକ ରାଜ୍ୟପାଳ ଟେଲର ନଗନାଜିଙ୍କ ଅନୁଯାୟୀ, ଇକ୍ୟୁଏଟର ପ୍ରଦେଶର ମାବାନ୍ଦାକା ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଡଙ୍ଗା ବୁଡ଼ି ଯାଇଥିଲା। ଏହି ଡଙ୍ଗା କଙ୍ଗୋ ନଦୀ ନିକଟରେ ଥିବା ବୋଲମ୍ବା ସହରକୁ ଯାତ୍ରୀମାନଙ୍କୁ ନେଇ ଯାଉଥିଲା। ଏହି ଡଙ୍ଗାରେ ୩୦୦ରୁ ଅଧିକ ଲୋକ ଥିଲେ। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Share