ଡଙ୍ଗା ବୁଡ଼ି ୨ ନାବାଳିକା ନିଖୋଜ, ଜଣେ ଗୁରୁତର

ବରୀ, ୩।୬(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଭଅଁରା ପଞ୍ଚାୟତ ସଙ୍ଗ ଗଦେଇପୁର ନିକଟରେ ତନ୍ତି ଘାଇ ନାଳରେ ଡଙ୍ଗା ବୁଡି ୨ ନାବାଳିକା ନିଖୋଜ ଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ପରେ ଉଦ୍ଧାର ନାବାଳିକାଙ୍କୁ ମାର୍କଣ୍ଡପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଛି।
ସୂଚନା ମୁତାବକ, ସେହି ଡଙ୍ଗାରେ ୫ ଜଣ ନାବାଳିକାଙ୍କ ସମେତ ନାଉରୀ ଜଣଙ୍କ ନଦୀ ପାର ହେଉଥିଲେ। ନଦୀ କୂଳରୁ କିଛି ଦୂରରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ନାଉରୀ ଜଣଙ୍କ ସମେତ ଅନ୍ୟ ୩ ଜଣ ପହଁରି କୂଳକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସାଳୟକୁ ପଠାଯାଇଥିଲା।
ସୂଚନାଯୋଗ୍ୟ ନିଖୋଜ ନାବାଳିକା ଦ୍ବୟ ଇନ୍ଦ୍ରମଣି ପାତ୍ରଙ୍କ ଦୁଇ ଝିଅ ସାଗରିକା ପାତ୍ର (୧୧) ଓ  ସଂଘମିତ୍ରା ପାତ୍ର(୧୩)। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
Share