ମଝି ସମୁଦ୍ରରେ ଡଙ୍ଗାବୁଡ଼ି: ୧୫ ମୃତ, ୧୯ ନିଖୋଜ…

ଜାକର୍ତ୍ତା,୨୪।୭ : ରବିବାର-ସୋମବାର ମଧ୍ୟରାତ୍ରିରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ମଝି ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯାଇଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୧୯ ଜଣ ନିଖୋଜ ଅଛନ୍ତି।

ଜାତୀୟ ସନ୍ଧାନ ଏବଂ ଉଦ୍ଧାରକାରୀ ସଂସ୍ଥା ଏହି ସୂଚନା ଦେଇଛନ୍ତି। ଡଙ୍ଗାରେ ୪୦ ଜଣ ଯାତ୍ରୀ ଥିବା ଏଜେନ୍ସି ଏକ ବିବୃତ୍ତିରେ କହିଛି। ମଧ୍ୟରାତ୍ରିରେ ଡଙ୍ଗା ବୁଡ଼ିଯାଇଥିଲା।

ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି, ଯେଉଁମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Share