ଚାପ ଖେଳ ବେଳେ ବୁଡିଗଲେ ଲଡୁବାବା

ନୟାଗଡ଼ ଅଫିସ,୨୪।୫: ନୟାଗଡ଼ ଜିଲା ଶରଣକୂଳସ୍ଥିତ ଶୈବପୀଠ ଲଡୁବାବାଙ୍କର ଚାପ ଖେଳ ବେଳେ ସୋମବାର ରାତିରେ ଡଙ୍ଗା ଓଲଟି ପଡିଛି। ଡଙ୍ଗା ଓଲଟି ପଡିବାରୁ ଲଡୁବାବାଙ୍କ ଚଳନ୍ତୀ ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ପାର୍ବତୀ, ଲଡୁବାବାଙ୍କ ମନ୍ଦିରର ଲକ୍ଷ୍ମୀନାରାୟଣ, ନିକଟସ୍ଥ ହରିହରପୁରର ଦଧିବାମନ ଜୀଉ ମୂର୍ତ୍ତି ପୋଖରୀ ଭିତରେ ପଡି ଯାଇଥିଲେ। ଏପରି କି ଠାକୁରଙ୍କର ସେବାସୀ ମଧ୍ୟ ବୁଡି ଯାଇଥିଲେ। ପ୍ରଥମେ ସେବାସୀମାନେ ଉଦ୍ଧାର ହୋଇଥିଲେ। ପରେ ଠାକୁରଙ୍କୁ ଉଦ୍ଧାର କରାଯାଇଥିଲା। ଡଙ୍ଗାବୁଡି ପରେ ଠାକୁରଙ୍କ ଭଉଁରୀ ଯାତ୍ରାରେ ବିଭ୍ରାଟ ଦେଖାଦେଇଛି। ତେବେ ଚାପ ଖେଳ ବେଳେ ଡଙ୍ଗା କାହିଁକି ବୁଡିଲା ତାହା ଜଣାପଡିନାହିଁ।

Share