ସମ୍ବଲପୁର,୧ା୪(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବୋଟିଂ ସେବା ଆରମ୍ଭ ହୋଇଛି। ଗୁରୁବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ସେବାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା ମିଶ୍ର କହିଥିଲେ, ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିରେ ବିନିଯୋଗ କରିବା ପାଇଁ ଉଦ୍ୟୋଗୀମାନଙ୍କୁ ସୁଯୋଗ ଦିଆଯାଉଛି। ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ସ୍ଥାନୀୟ ଅଞ୍ଚଳର ଯୁବତୀଯୁବକ ରୋଜଗାର ପାଇପାରିବେ। ମନ୍ତ୍ରୀ ବେହେରା କହିଥିଲେ, ସମ୍ବଲପୁର ଜିଲାରେ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ହୀରାକୁଦ ଜଳଭଣ୍ଡାର ବିଶ୍ୱରେ ପ୍ରସିଦ୍ଧ। ଏଠାକୁ ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକ ଆସନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଏଠାରେ ୱାଟର ସ୍କୁଟର, ସ୍ପିଡ୍‌ ବୋଟ୍‌, ବନାନା ବୋଟ୍‌, ବମ୍ପର ବୋଟ୍‌, କାୟାକା ବୋଟ୍‌, କାୟାକା ୨ ସିଟର , ଫେମିଲି ବୋଟ୍‌, ପ୍ୟାଡେଲ ବୋଟର ମଜା ନେଇପାରିବେ ପର୍ଯ୍ୟଟକ।

Share