ଭୁବନେଶ୍ୱର,୩ା୧୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ ହୋଇଯାଇଛି। ଏପରିକି ଭୁବନେଶ୍ୱରର ଗଙ୍ଗନଗରଠାରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦଙ୍କ ଦ୍ୱାରା ଉକ୍ତ ଶାଖାର ଉଦ୍ଘାଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦ କହିଛନ୍ତି, ମଧ୍ୟମ ଆକାରର କମ୍ପାନୀଗୁଡ଼ିକ ଦ୍ୱାରା କ୍ରେଡିଟ୍ର ଚାହିଦା ବୃଦ୍ଧି ହୋଇଛି। କ୍ରେଡିଟ୍ ଅଭିବୃଦ୍ଧିରେ ତ୍ୱରାନ୍ବିତ ହେବା ସହିତ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଆମେ ବିଶ୍ୱାସକରୁ ଯେ, ମଧ୍ୟ କର୍ପୋରେଟ୍ ସେଗ୍ମେଣ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି। ସେହିଭଳି ବ୍ୟାଙ୍କର ପାଟନା ଜୋନ୍ର ଜୋନାଲ ହେଡ୍ ସୋନମ୍ ଟି. ଭୁଟିଆ ମଧ୍ୟ କର୍ପୋରେଟ୍ର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ସେହିପରି ବିଓବିର ଡେପୁଟି ଜେନେରାଲ ମ୍ୟାନେଜର ଆର୍. କେ. ମହାନ୍ତି କହିଥିଲେ, ଏହି ବିଶେଷ ଶାଖାଗୁଡ଼ିକ ଗ୍ରାହକମାନଙ୍କୁ ସମାଧାନର ଏକ ବିସ୍ତୃତ ପରିସର ପ୍ରଦାନ କରିବ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଦ୍ରୁତ ଗତି ସମୟ ନିଶ୍ଚିତ କରିବ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ରାଜୀବ କୃଷ୍ଣ ଏବଂ ଅନ୍ୟ ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ।