Categories: ବାଣିଜ୍ୟ

ବିଓବିର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୯।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ୨୦୨୩-୨୪ ପ୍ରଥମ ତ୍ରୈ ମାସିକ (ଏପ୍ରିଲରୁ ଜୁନ୍‌) ଶେଷ ସୁଦ୍ଧା ବ୍ୟାଙ୍କର ନେଟ୍‌ ଲାଭ ୪୦୭୦ କୋଟି ଟଙ୍କା ହୋଇଛି। ଏହା ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୮୭.୭% ବୃଦ୍ଧି ହୋଇ ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧିରେ ୪୦୭୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ବିଓବି ୧%ରୁ ଅଧିକ ଆର୍‌ଓଏ ଏବଂ ପ୍ରାୟ ୨୦% ଆର୍‌ଓଇକୁ କ୍ରମାଗତ ଭାବରେ ୪ଟି ତ୍ରୈମାସିକରେ ପ୍ରଦାନ କରିଛି। ଲାଭରେ ଏହି ଉଲ୍ଲେଖନୀୟ ବିକାଶ କ୍ୟୁ୧ଏଫ୍‌ୱାଇ୨୪ରେ ପୂର୍ବ ବର୍ଷ ତୁଳନାେରେ ସୁସ୍ଥ ଅପରେଟିଂ ଆୟରେ ୪୨.୯% ବୃଦ୍ଧି କାରଣରୁ ହୋଇପାରିଛି। ଅପରେଟିଂ ଆୟର ବୃଦ୍ଧି ଦୃଢ଼ ନେଟ୍‌ ଇଣ୍ଟ୍ରେଷ୍ଟ ଇନ୍‌କମ୍‌ (ଏନ୍‌ଆଇଆଇ) ରେ ବୃଦ୍ଧି କାରଣରୁ ହୋଇପାରିଛି, ଯାହାକି ପୂର୍ବ ବର୍ଷ ତୁଳନାରେ କ୍ୟୁ୧ଏଫ୍‌ୱାଇ ୨୪ରେ ୨୪.୪%ର ବୃଦ୍ଧି ଓ ଏହା ସହ ଅଣ ସୁଧ ଆୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି; ଯାହାକି ପୂର୍ବ ବର୍ଷ ତୁଳନାରେ ୨.୮ ଗୁଣା ବୃଦ୍ଧି ହୋଇଛି। ସ୍ଥାନୀୟ ଏନ୍‌ଆଇଆଇ ବିକାଶ ପୂର୍ବ ବର୍ଷ ତୁଳନାରେ ୧୮.୦% ବୃଦ୍ଧି କାରଣରୁ ହୋଇପାରିଛି। ଏହା ସହ ନେଟ୍‌ ଇଣ୍ଟ୍ରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌)ରେ ବୃଦ୍ଧି ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୨୫ ବିପିଏସ୍‌ ବା ୩.୨୭% ବୃଦ୍ଧି ହୋଇଛି। ଆୟରେ ଦୃଢ଼ ବୃଦ୍ଧି ସହଣ୍‌ ଓପେକ୍ସରେ ନିୟମିତ ବୃଦ୍ଧି ହେତୁ ପୂର୍ବ ବର୍ଷ ତୁଳନାରେ କ୍ୟୁ୧ଏଫ୍‌ୱାଇ୨୪ ରେ ଉଲ୍ଲେଖନୀୟ ଭାବରେ ଅପରେଟିଂ ଲାଭରେ ୭୩% ବୃଦ୍ଧି ହୋଇଛି। ବ୍ୟାଙ୍କ କଷ୍ଟ ଟୁ ଇନ୍‌କମ୍‌ ଅନୁପାତ (ନିବେଶର ପୁନଃ ମୂଲ୍ୟାୟନକୁ ବାଦ୍‌ ଦେଇ) କୁ ପୂର୍ବ ବର୍ଷ ତୁଳନାରେ ୧୬୬ ବିପିଏସ୍‌ ହ୍ରାସ କରି କ୍ୟୁ୧ଏଫ୍‌ୱାଇ ୨୪ରେ ୪୭.୪୩% ହ୍ରାସ କରିଛି।

Share