୧୯୯୭ରେ କରୋନା ବିଷୟରେ ଜାଣିପାରିଥିଲେ ବବି ଦେଓଲ! ଐଶ୍ୱର୍ଯ୍ୟାଙ୍କର କରିଥିଲେ ସ୍ବାବ୍‌ ପରୀକ୍ଷା

ମହାମାରୀ କରୋନା ଦିନକୁ ଦିନ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏଇ କିଛି ଦିନ ମଧ୍ୟରେ ଦେଶରେ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। କରୋନାକୁ ନେଇ ବଲିଉଡ୍‌ କଳାକାରମାନେ ମଧ୍ୟ ଲୋକଙ୍କୁ ନିରନ୍ତର ପରାମର୍ଶ ଦେଉଛନ୍ତି। ଏହି କ୍ରମରେ ନିକଟରେ ଅଭିନେତା ବବି ଦେଓଲଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିବା ପରେ କୁହାଯାଉଛି ଯେ, ୧୯୯୭ରେ ବବି କରୋନା ଭାଇରସ ବିଷୟରେ ଜାଣିପାରିଥିଲେ। ଖାଲି ସେତିକି ନୁହେଁ, ସେ ଭିଡିଓରେ ସାମାଜିକ ଦୂରତା ପାଳନ କରୁଥିବା ସହ ଐଶ୍ୱର୍ଯ୍ୟା ରାୟଙ୍କ ସ୍ବାବ ପରୀକ୍ଷା ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି।
ତେବେ ବବିଙ୍କ ଏହି ଦୃଶ୍ୟ ଏକ ଫିଲ୍ମର। ବବି ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିବା ସହ ପ୍ରଶଂସକଙ୍କୁ କରୋନା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଭିଡିଓ ଶେୟାର କରି ସେ ଲେଖିଛନ୍ତି, ବର୍ତ୍ତମାନ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଏହା ପରେ ଏକ ଦୃଶ୍ୟରେ ସେ ଫେସ୍‌ ମାସ୍କ ଲଗାଉଥିବାବେଳେ ଅନ୍ୟ ଏକ କ୍ଲିପ୍‌ରେ ହାତ ଧୋଉଥିବାର ନଜର ଆସିଛନ୍ତି। ଅଭିନେତାଙ୍କ ଏହି ଭିଡିଓରେ ପ୍ରଶଂସକମାନେ ଖୁବ୍‌ କମେଣ୍ଟ ମଧ୍ୟ କରୁଛନ୍ତି।

Share