ଭୁବନେଶ୍ୱର,୮।୩: ଭୁବନେଶ୍ୱରେ ପହଞ୍ଚିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗୁରୁବାର ସାରେ ଏକ ସ୍ବତନ୍ତ୍ର ବିମାନରେ ଉଭୟ ଦିଲ୍ଲୀ ଗସ୍ତ କରିଥିଲେ।
ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ବୁଧବାର ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଅନ୍ୟପକ୍ଷେ ଦିଲ୍ଲୀରେ ରାଜ୍ୟ ଭାଜପାର କେତେଜଣ ବରିଷ୍ଠ ନେତା ଡେରା ପକାଇଛନ୍ତି। ତେବେ ଓଡ଼ିଶାରେ ମେଣ୍ଟ ହେଲେ ସିଟ ଶେୟାରିଂ ଫର୍ମୂଲା କିପରି ରହିବ ତାହାକୁ ନେଇ ଆଲୋଚନା ହେଉଥିବା ଚର୍ଚ୍ଚା ଜୋର ଧରିଛି। ମେଣ୍ଟ ଆଲୋଚନା ଆଗେଇ ନେବାକୁ ଉଭୟ ଦିଲ୍ଲୀ ଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ସେମାନେ ଭୁବନେଶ୍ୱରେ ପହଞ୍ଚଛନ୍ତି। ଉଭୟ ଆସିବା ପରେ ରାଜ୍ୟବାସୀଙ୍କ ମନରେ ମେଣ୍ଟ ନେଇ ଉତ୍କଣ୍ଠା ବଢ଼ିଛି।