ବବିଙ୍କ ଆହ୍ବାନ କହିଲେ…

ରସୁଲପୁର,୩୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଶାଖା ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ କୁଆଖିଆସ୍ଥିତ ଏସ୍‌କେ ଲଜିଂ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଦଳର ସଂଗଠନକୁ ମଜଭୁତ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, କର୍ମୀମାନେ ନେତା ତିଆରି କରନ୍ତି, ମାତ୍ର ନେତାଙ୍କ ପାଖରେ କର୍ମୀ ସ୍ଥାୟୀ ହୋଇ ନ ଥାଆନ୍ତି। ସଂଗଠକ ଓ ସକ୍ରିୟ କର୍ମୀ ଦଳର ଶକ୍ତି, ସେମାନେ ଦଳକୁ ଯେମିତି ପରିଚାଳନା କରିବେ ସେହି ଆଧାରରେ ଦଳ ଚାଲିବ। ଦଳରେ ଗୋଷ୍ଠୀ କନ୍ଦଳକୁ ପ୍ରସୟ ଦିଆଯିବନାହିଁ। ସମସ୍ତେ ଏକାଠି ହୋଇ ଦଳ ସଭାପତି ନବୀନ ପଟ୍ଟାନୟକଙ୍କ ନୀତି ଆଦର୍ଶକୁ ପ୍ରତିଷ୍ଠିତ କରିବା ପାଇଁ କାମ କରିବାକୁ ସେ ଉପସ୍ଥିତ ପଞ୍ଚାୟତସ୍ତରୀୟ ଜନପ୍ରତିନିଧି ଓ ନେତୃମଣ୍ଡଳୀଙ୍କୁ ପରାମର୍ଶ ଦେଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଯାଜପୁର ପୌରାଧ୍ୟକ୍ଷ ଭବପ୍ରକାଶ ଦାସ, ଯୁବନେତା ପ୍ରତାପ ମହାନ୍ତି, ତାରକେଶ୍ୱର ମହାନ୍ତି, ମନୋଜ ରାଉତ ଓ ଚନ୍ଦ୍ରଶେଖର ସାମଲ ପ୍ରମୁଖ ଯୋଗଦେଇଥିଲେ। ରସୁଲପୁର ବ୍ଲକରୁ କୋରେଇ ନିର୍ବାଚନମଣ୍ଡଳୀରେ ସାମିଲ ହୋଇଥିବା ନରସିଂହପୁର, ମୁଗୁପାଳ, ବାହାଦଲାପୁର, ଭୋଟକା, ଗନ୍ଧଣ, ବଡ଼କଇଞ୍ଚି, ଟିକରପଡ଼ା, ପହଁଗା, ଲକ୍ଷ୍ମୀନଗର ଆଦି ପଞ୍ଚାୟତର ଜନପ୍ରତିନିଧି, ଛାମୁଆ ସଂଗଠକ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବିଜେଡି ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନସ୍ଥାନରେ ପଦଯାତ୍ରା ଅନୁଷ୍ଠିତ ହେବ। ଏଥିରେ ନେତା ଓ କର୍ମୀ ଗାଁ ବୁଲି ରାଜ୍ୟରେ ଚାଲିଥିବା ଭାଜପା ସରକାରଙ୍କ ବିଫଳତା ଓ ପୂର୍ବର ନବୀନ ସରକାରଙ୍କ ଶାସନ କାଳରେ କାର୍ଯ୍ୟକାରୀ କରାଯାଇଥିବା ଲୋକାଭିମୁଖି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକକୁ ବୁଝାଇବେ। ଏହାଛଡ଼ା ପଞ୍ଚାୟତର ସଂଗଠନକୁ ମଜଭୁତ କରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳ କିପରି ତା’ର ପ୍ରଭାବକୁ ବଜାଇ ରଖିପାରିବ ସେ ଦିଗରେ ପ୍ରୟାସ କରାଯିବ। ଏଥିପାଇଁ ସମସ୍ତେ ମତାନ୍ତର ମନାନ୍ତରକୁ ଭୁଲି ଏକ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।

Share