‘କଙ୍ଗୁଭା’ ସହ ବବିଙ୍କ ତାମିଲ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବବି ଦେଓଲ ଶନିବାର ତାଙ୍କ ୫୫ତମ ଜନ୍ମଦିନରେ ଆଗାମୀ ଫିଲ୍ମ ‘କଙ୍ଗୁଭା’ର ନିର୍ମାତା ଅଭିନେତାଙ୍କ ପ୍ରଥମ ଲୁକ୍‌ ଶେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଯେଉଁଥିରେ ବବିଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିଛି। ଅଭିନେତା ଫିଲ୍ମ ‘ଆନିମଲ’ରେ ଭିଲେନ ହେବା ପରେ ଏବଂ ପୁଣି ଥରେ ଭିଲେନ ରୂପରେ ନଜରକୁ ଆସିଛନ୍ତି। ସୂର୍ଯ୍ୟଙ୍କ ଆସନ୍ତା ଫିଲ୍ମ ‘କଙ୍ଗୁଭା’ର ପ୍ରଥମ ଲୁକ୍‌ ଶେୟାର କରିବା ସହ କ୍ୟାପ୍ସନରେ ଲେଖିଛନ୍ତି, ନିଷ୍ଠୁର, ଶକ୍ତିଶାଳୀ, ଅବିସ୍ମରଣୀୟ। ଏଥିସହ ବବି ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପୋଷ୍ଟ ଶେୟାର କରିଛନ୍ତି। ବବିଙ୍କ ପ୍ରଥମ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବବି ଭୟାନକ ରୂପରେ ଦେଖାଯାଉଛନ୍ତି। ପୋଷ୍ଟରରେ ସେ ଏକ ହାଡ଼ର ହାର ପିନ୍ଧିଥିବା ନଜରକୁ ଆସିଛନ୍ତି। ଫିଲ୍ମରେ ସୁରିଆ, ଦିଶା ପାଟାନୀଙ୍କ ବ୍ୟତୀତ ଜଗପତି ବାବୁ, ଯୋଗୀ ବାବୁ, ରେଡିନ କିଙ୍ଗସଲି, କେ.ଏସ୍‌ ରବି କୁମାର ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ବବି ଏବଂ ଦିଶା ଏହି ଫିଲ୍ମ ଜରିଆରେ ତାମିଲ ଡେବ୍ୟୁ କରୁଛନ୍ତି। ଏଥିରେ ବହୁତ ଆକ୍ସନ ଡ୍ରାମା ଭରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ବିକ୍ରି ନ ହୋଇ ବି କୋଟି କୋଟି ରୋଜଗାର କଲେ ଓ୍ବାର୍ନର; ଫିଲ୍ମ ‘ରବିନହୁଡ୍‌’ ପାଇଁ ମିଳିଛି…

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତକୁ ବହୁତ ଭଲ ପାଆନ୍ତି। ବିଶେଷକରି ଭାରତର ଲୋକ, ସଂସ୍କୃତି ଏବଂ ସିନେମା ତାଙ୍କୁ ପସନ୍ଦ। ଏଥିନେଇ...

ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା ପାଣ୍ଡେ, ଏଥର ମନ ଚୋରି କରିଛନ୍ତି…

ମୁମ୍ବାଇ: ପୁଣିଥରେ ପ୍ରେମରେ ପଡ଼ିଛନ୍ତି ବଲିଉଡର ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେ। ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ସିଙ୍ଗଲ୍‌ ବୋଲି...

Sikandar Advance Booking: ଆରମ୍ଭ ହେଲା ସଲମାନଙ୍କ ମୁଭି ‘ସିକନ୍ଦର’ର ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ପାଇଁ ଦର୍ଶକେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମର ଟ୍ରେଲର ଦେଖିବା ପରେ, ପ୍ରଶଂସକମାନେ...

୬୦ ବର୍ଷ ବୟସରେ ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ କଲେ ଆମିର

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ୍‌। ପୂର୍ବରୁ ତାଙ୍କର କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲା। ହେଲେ ଏବେ...

ଐଶ୍ୱର୍ଯ୍ୟାଙ୍କ କାରକୁ ଧକ୍କା ଦେଲା ବସ୍, ଭିଡିଓ ଭାଇରାଲ୍: ଲୋକେ କହିଲେ- ‘ଯଦି ଜୟା ବଚ୍ଚନ ସେଠାରେ ଥାଆନ୍ତେ…’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର...

ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା !

ହାଇଦ୍ରାବାଦ: ଟଲିଉଡ୍‌ ଷ୍ଟାର ପ୍ରଭାସ ‘ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚେଲର’ ମଧ୍ୟରୁ ଜଣେ। ପ୍ରାୟତଃ ତାଙ୍କର ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ସହ ଅଭିନେତ୍ରୀ...

ସରନେମ ବଦଳାଇ ଚର୍ଚ୍ଚାକୁ ଆସିଲେ ରାଜ ବବରଙ୍କ ପୁଅ

ମୁମ୍ବାଇ: କିଛିଦିନ ହେବ ଅଭିନେତା ଏବଂ ରାଜନେତା ରାଜ ବବର ଏବଂ ତାଙ୍କ ପୁଅ ପ୍ରତୀକଙ୍କ ମଧ୍ୟରେ ସମ୍ପର୍କ ନାହିଁ ବୋଲି କୁହାଯାଉଛି। ହଁ, ଏହି...

ଦିଶା ସାଲିଆନ ମୃତ୍ୟୁ: ଆଦିତ୍ୟ ଠାକ୍‌ରେ, ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା

ମୁମ୍ବାଇ,୨୬।୩: ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଅଭିନେତା ଡିନୋ ମୋରିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image