Advertisement

‘କଙ୍ଗୁଭା’ ସହ ବବିଙ୍କ ତାମିଲ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବବି ଦେଓଲ ଶନିବାର ତାଙ୍କ ୫୫ତମ ଜନ୍ମଦିନରେ ଆଗାମୀ ଫିଲ୍ମ ‘କଙ୍ଗୁଭା’ର ନିର୍ମାତା ଅଭିନେତାଙ୍କ ପ୍ରଥମ ଲୁକ୍‌ ଶେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଯେଉଁଥିରେ ବବିଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିଛି। ଅଭିନେତା ଫିଲ୍ମ ‘ଆନିମଲ’ରେ ଭିଲେନ ହେବା ପରେ ଏବଂ ପୁଣି ଥରେ ଭିଲେନ ରୂପରେ ନଜରକୁ ଆସିଛନ୍ତି। ସୂର୍ଯ୍ୟଙ୍କ ଆସନ୍ତା ଫିଲ୍ମ ‘କଙ୍ଗୁଭା’ର ପ୍ରଥମ ଲୁକ୍‌ ଶେୟାର କରିବା ସହ କ୍ୟାପ୍ସନରେ ଲେଖିଛନ୍ତି, ନିଷ୍ଠୁର, ଶକ୍ତିଶାଳୀ, ଅବିସ୍ମରଣୀୟ। ଏଥିସହ ବବି ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପୋଷ୍ଟ ଶେୟାର କରିଛନ୍ତି। ବବିଙ୍କ ପ୍ରଥମ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବବି ଭୟାନକ ରୂପରେ ଦେଖାଯାଉଛନ୍ତି। ପୋଷ୍ଟରରେ ସେ ଏକ ହାଡ଼ର ହାର ପିନ୍ଧିଥିବା ନଜରକୁ ଆସିଛନ୍ତି। ଫିଲ୍ମରେ ସୁରିଆ, ଦିଶା ପାଟାନୀଙ୍କ ବ୍ୟତୀତ ଜଗପତି ବାବୁ, ଯୋଗୀ ବାବୁ, ରେଡିନ କିଙ୍ଗସଲି, କେ.ଏସ୍‌ ରବି କୁମାର ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ବବି ଏବଂ ଦିଶା ଏହି ଫିଲ୍ମ ଜରିଆରେ ତାମିଲ ଡେବ୍ୟୁ କରୁଛନ୍ତି। ଏଥିରେ ବହୁତ ଆକ୍ସନ ଡ୍ରାମା ଭରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share