Categories: ବାଣିଜ୍ୟ

ବିଓବିର ‘ବରୋଦା କିଷାନ୍‌ ପଖୱାଡ଼ା’ ଉଦ୍‌ଯାପିତ

ଭୁବନେଶ୍ୱର,୧୩।୧: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା କୃଷକଙ୍କ ସହିତ ବ୍ୟାଙ୍କର ବାର୍ଷିକ ଯୋଗାଯୋଗ କାର୍ଯ୍ୟକ୍ରମ ‘ବରୋଦା କିସାନ୍‌ ପଖୱାଡ଼ା’ର ୬ଷ୍ଠ ସଂସ୍କରଣ ନିକଟରେ ସଫଳତାର ସହ ଶେଷ ହୋଇଛି। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମ (କୃଷି ମହୋତ୍ସବ) ସମୟରେ ବ୍ୟାଙ୍କ ଦେଶର ମୋଟ ୪,୬୫,୦୦୦ରୁ ଅଧିକ କୃଷକଙ୍କ ସହିତ ଯୋଗାଯୋଗ କରିଥିଲାବେଳେ ୨୨୦୦କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁର କରିଛି। ସେହିଭଳି ସମଗ୍ର ଦେଶରେ ବ୍ୟାଙ୍କର ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମୀଣ ଶାଖା ଗୁଡ଼ିକର ନେଟୱର୍କ, ଯାହା ମୁଖ୍ୟତଃ କୃଷି ଗ୍ରାହକମାନଙ୍କୁ ସେବା ପ୍ରଦାନ କରିଥାଏ ଏବଂ କେତେକ ମେଟ୍ରୋ ଏବଂ ସହରାଞ୍ଚଳ ଶାଖା ସକ୍ରିୟ ଭାବେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲା। ଏପରିକି ବ୍ୟାଙ୍କ ୧୫ ଦିନ ମଧ୍ୟରେ ଅନେକ କୃଷକ ସଭା, ଚୌପାଲ୍‌, କିଷାନ୍‌ ମେଳା ଓ ସ୍ବାସ୍ଥ୍ୟ ଶିବିର (ମାଟି, ପଶୁ ଓ କୃଷକମାନଙ୍କ ପାଇଁ) ଆୟୋଜନ କରିଥିଲା। ବିଓବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ.କେ. ଖୁରାନା କହିଛନ୍ତି, ବରୋଦା କିଷାନ୍‌ ପଖୱାଡ଼ାର ୬ଷ୍ଠ ସଂସ୍କରଣର ସମାପନ ସମ୍ପର୍କରେ ଘୋଷଣା କରି ଆମେ ବେଶ ଉତ୍ସାହିତ ଅଛୁ।

Share