Categories: ବାଣିଜ୍ୟ

ଡିଟିଆଇ ସହ ବିଓବିର ସହଭାଗିତା

ଭୁବନେଶ୍ୱର,୧୩।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ଟ୍ରେଜେରିଜ୍‌ ଆଣ୍ଡ ଇନ୍‌ସ୍ପେକ୍ସନ (ଡିଟିଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଘୋଷଣା କରାଯାଇଛି। ବିଶେଷକରି ସରକାରୀ ଚାଲାଣ ପୈଠ ନିମନ୍ତେ ପେମେଣ୍ଟ ଗେଟ୍‌ ୱେ ସେବା ଯୋଗାଇବା ପାଇଁ ଉଭୟ ସଂସ୍ଥାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏପରିକି ଡିଟିଆଇର ନିର୍ଦ୍ଦେଶକ ରୂପ ନାରାୟଣ ଦାସ ଏବଂ ବିଓବି ପାଟନା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ସୋନମ ଟି. ଭୂତିଆଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଡିଟିଆଇର ଯୁଗ୍ମ ନିର୍ଦ୍ଦେଶିକା ସ୍ନିଗ୍ଧାରାଣୀ ସ୍ବାଇଁ, ସହକାରୀ ନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ, ଅତିରିକ୍ତ ନିର୍ଦ୍ଦେଶକ ଦେବୀଦତ୍ତ ତ୍ରିପାଠୀ, ଯୁଗ୍ମ ନିର୍ଦ୍ଦେଶକ ଦୀପକ ରଞ୍ଜନ ଚୌଧୁରୀ, ଉପ-ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର, ବିଓବି ପାଟନା ଅଞ୍ଚଳର ନେଟ୍‌ୱର୍କ ଡିଜିଏମ୍‌-୧ ଡ.ରମେଶ କୁମାର ମହାନ୍ତି ଏବଂ ବିଓବି ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

 

Share