Categories: ବାଣିଜ୍ୟ

ବିଓବିର ପାର୍ବଣ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୫।୯: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ପାର୍ବଣ ସ୍ବତନ୍ତ୍ର ଅଭିଯାନ ‘ବବ୍‌ କେ ସଙ୍ଗ ତ୍ୟୋହାର କା ଉମଙ୍ଗ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଭିଯାନ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ କରି ବିଓବିର ୪ଟି ନୂତନ ସେଭିଂ ଆକାଉଣ୍ଟ ସହିତ ଅନେକ ସୁବିଧା ଓ ରିହାତି ସହିତ ହୋମ୍‌, କାର, ପର୍ସନାଲ୍‌ ଓ ଶିକ୍ଷା ଲୋନ୍‌ ଆଦି ଅନ୍ତର୍ଭୁକ୍ତ ରହିଛି। ଏପରିକି ଆକର୍ଷଣୀୟ ସୁଧ ହାର ସହ ବ୍ୟାଙ୍କ ମଧ୍ୟ ବିଭିନ୍ନ ଟପ୍‌ ବ୍ରାଣ୍ଡ୍‌ ସହିତ ସହଭାଗିତା (ଟାଏ ଅପ୍‌) ସ୍ଥାପନ କରିଛି, ଯେଉଁଥିରେ ଇଲେକ୍‌ଟ୍ରୋନିକ୍‌ସ, ଟ୍ରାଭେଲ୍‌ ଓ ଫୁଡ୍‌ ଆଦି ସାମିଲ ରହିଛି।

ଯେଉଁମାନେ ବିଓବିର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଫେଷ୍ଟିଭ୍‌ ଅଫର ଓ ଡିସ୍‌କାଉଣ୍ଟ ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ବିଓବିର ଏମ୍‌ଡି ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ଖୁବ୍‌ଶୀଘ୍ର ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି ଓ ଆମେ ଚାହିଦାର ବୃଦ୍ଧି ହେଉଥିବା ଦେଖିବାକୁ ପାଉଛୁ। ବିଶେଷ କରି କାର୍‌ ବିକ୍ରି ଓ କ୍ରେଡିଟ୍‌ କାର୍ଡ଼ ଖର୍ଚ୍ଚ ରେକର୍ଡ଼ସ୍ତରରେ ପହଞ୍ଚତ୍ଛି। ବିଓବିର ଫେଷ୍ଟିଭ୍‌ କ୍ୟାମ୍ପେନ୍‌ ‘ବବ୍‌ କେ ସଙ୍ଗ ତ୍ୟୋହାର କା ଉମଙ୍ଗ’ ଜରିଆରେ ଗ୍ରାହକଙ୍କୁ ଅନେକ ଆକର୍ଷଣୀୟ ଅଫର ସହିତ ବିଓବିର ସେଭିଙ୍ଗ୍‌ସ ଆକାଉଣ୍ଟ, ଲୋନ୍‌ ଓ କ୍ରେଡିଟ୍‌ ତଥା ଡେବିଟ୍‌ କାର୍ଡ଼ରେ ଯୋଗାଇ ଦେଉଛି।

ଏହି ଆକର୍ଷଣୀୟ ଫେଷ୍ଟିଭ୍‌ ଅଫର ସହିତ ଡିଜିଟାଲ୍‌ ପ୍ଲାଟଫର୍ମର ସୁବିଧା ମଧ୍ୟ ରହିଛି, ଯାହାକି ପାର୍ବଣ ଋତୁକୁ ଆହୁରି ରିୱାର୍ଡିଂ କରିବା ସହିତ ଲୋକଙ୍କ ପାଇଁ ଆନନ୍ଦଦାୟକ କରିପାରିଛି, ଯାହା ଫଳରେ ଚାହିଦାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଯାଇଛି। ବ୍ୟାଙ୍କ ଅଫ୍‌ ବରୋଦା ମଧ୍ୟ ଆକର୍ଷଣୀୟ ଏକ୍ସକ୍ଲୁସିଭ୍‌ ଅଫର ଓ ଡିସ୍‌କାଉଣ୍ଟ ସୁବିଧାକୁ ବିଓବି ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଏବଂ ଇଏମ୍‌ଆଇ ଅଫରକୁ ଚଳିତ ପାର୍ବଣ ଋତୁରେ ପ୍ରଦାନ କରୁଛି। ଏଥିରେ ଉଭୟ ପୁରୁଣା ଓ ନୂଆ ଗ୍ରାହକମାନେ ବବ୍‌ ୱାର୍ଲଡ୍‌ ମୋବାଇଲ୍‌ ବ୍ୟାଙ୍କିଙ୍ଗ ଆପ୍‌, ନେଟ୍‌ ବ୍ୟାଙ୍କିଙ୍ଗ ବା ବ୍ୟାଙ୍କ ଅଫ୍‌ ବରୋଦା ୱେବସାଇଟ୍‌ ମାଧ୍ୟମରେ ସହଜରେ ଆବେଦନ କରିପାରିବେ।

 

Share